Flying kiss row: 'ରାହୁଲ ଗାନ୍ଧୀ ୫୦ବର୍ଷୀୟ ମହିଳାଙ୍କୁ କାହିଁକି ଫ୍ଲାଇଂ କିସ୍‌ ଦେବେ ?'

By

Published : Aug 11, 2023, 9:12 PM IST

thumbnail

ପାଟନା: ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଫ୍ଲାଇଂ କିସ୍‌ ବିବାଦକୁ ନେଇ ରାହୁଲଙ୍କ ସପକ୍ଷରେ ବାହାରିଲେ ବିହାର କଂଗ୍ରେସ ନେତ୍ରୀ ନୀତୁ ସିଂ । ସେ ରାହୁଲଙ୍କ ସପକ୍ଷରେ ମନ୍ତବ୍ୟ ଦେଇ କହିଥିଲେ, "ଆମ ନେତା ରାହୁଲ ଗାନ୍ଧୀଙ୍କ ମହିଳାଙ୍କ ପ୍ରତି ସେପରି ମନ୍ଦ ଉଦ୍ଦେଶ୍ୟ ନାହିଁ। ଯଦି ଫ୍ଲାଇଂ କିସ୍‌ ଦେବାର ଥିଲା ସେ ଜଣେ ଝିଅକୁ ଦେଇଥାନ୍ତେ, ରାହୁଲ ଗାନ୍ଧୀ କାହିଁକି ଜଣେ ୫୦ ବର୍ଷୀୟ ମହିଳାଙ୍କୁ ଫ୍ଲାଇଂ କିସ୍‌ ଦେବେ ? ଏହି ଅଭିଯୋଗ ଭିତ୍ତିହୀନ ।" ଏଭଳି ଅଭିଯୋଗ ଆଣି ବିଜେପି ନେତ୍ରୀ ସ୍ମୃତି ଇରାନୀ ଲଜ୍ଜିତ ହେବା ଉଚିତ ବୋଲି କହିଛନ୍ତି ନୀତୁ ସିଂ । ସେ ଆହୁରି କହିଛନ୍ତି ଯେ, ଆମେ ସେହି ଭିଡିଓ ଦେଖିଛୁ, ରାହୁଲ ଗାନ୍ଧୀ ବାଚସ୍ପତିଙ୍କ ଆଡ଼କୁ ମୁହଁ କରିଥିଲେ । ହେଲେ ସ୍ମୃତି ଇରାନୀ ଏହାକୁ ନିଜ ଆଡ଼କୁ କାହିଁକି ନେଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଗତ ବୁଧବାର ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବରେ ଆଲୋଚନା ଜାରି ଥିବା ବେଳେ ରାହୁଲଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ ବିଜେପି ନେତ୍ରୀ ସ୍ମୃତି ଇରାନୀ । 

ଏହା ବି ପଢନ୍ତୁ- ସଂସଦ ବାହାରେ ଫ୍ଲାଇଂ କିସ୍‌ କଲେ ରାହୁଲ ! ଇରାନୀ କହିଲେ ମହିଳା ବିରୋଧୀ ପୁରୁଷ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.