ଗିରଫଦାରୀ ପରେ ତୀବ୍ର ହେଲା ଆନ୍ଦୋଳନ, କୋଇଲା ଖଣି କର୍ତ୍ତୃପକ୍ଷଙ୍କ ବିରୋଧରେ ପୁଣି ଗର୍ଜିଲେ କ୍ଷତିଗ୍ରସ୍ତ - ଉତ୍କଳ ଡି ଏବଂ ଉତ୍କଳ ଇ କୋଇଲା ଖଣି ଖନନ

🎬 Watch Now: Feature Video

thumbnail

By

Published : Apr 24, 2023, 5:47 PM IST

ଅନୁଗୋଳ: କ୍ଷତିପୂରଣ ଦାବିରେ ଧାରଣାରତ ଗ୍ରାମବାସୀଙ୍କୁ ପୋଲିସ ଗିରଫ କରିବା ପରେ ଆହୁରି ତୀବ୍ର ହୋଇଛି କୋଇଲା ଖଣି କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ । ୨୫ ଜଣଙ୍କ ଗିରଫଦାରୀ ପରେ ପୁଣି ଗାଁର ପୁରୁଷ ଓ ମହିଳା ବସିଛନ୍ତି ଆନ୍ଦୋଳନରେ । ନିଯୁକ୍ତି ଏବଂ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି । ଯାହା ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକରେ ଉତ୍କଳ-ଡି ଏବଂ ଉତ୍କଳ-ଇ କୋଇଲା ଖଣି ଖନନ ହେଉଛି । ସେଥିପାଇଁ ଗୋପିବଲ୍ଲଭ ପୁର ଗାଁର ହଜାରେ ଏକରରୁ ଅଧିକ ଜମି ଅଧିଗ୍ରହଣ ହୋଇଛି । କିନ୍ତୁ ଚୁକ୍ତି ଅନୁସାରେ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିନଥିବା ଏବଂ ଗାଁର ଜଣେ ହେଲେ ଯୁବକଙ୍କୁ ନିଯୁକ୍ତି ଦିଆ ଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ କ୍ଷତିପୂରଣ ପ୍ରଦାନ, ନିଯୁକ୍ତି ଏବଂ ଜମିର ପୁନଃ ମୂଲ୍ୟାୟନ କରାନଗଲେ ଖଣି ଖନନ କରିବାକୁ ଦିଆଯିବନାହିଁ ବୋଲି ଚେତାବନୀ ଦେଇଥିଲେ ଗ୍ରାମବାସୀ । ପ୍ରଶାସନକୁ ଜଣାଇ ଗତ ୨୧ ତାରିଖଠାରୁ ସେମାନେ ଖଣି ପରିସରରେ ଆନ୍ଦୋଳନରେ ବସିଥିଲେ । ୨୨ ତାରିଖରେ ପୋଲିସ ସେମାନଙ୍କୁ ଜୋର ଜବରଦସ୍ତ ଉଠାଇଦେବା ସହ ୨୫ ଜଣ ମହିଳା ଓ ପୁରୁଷଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଛି । ଏହାପରେ ଗ୍ରାମବାସୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି । ଯାହା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ ଆନ୍ଦୋଳନକାରୀ ଗ୍ରାମବାସୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.