ଭିଜିଲାନ୍ସ ଜାଲରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ, ବ୍ଲାଙ୍କ ଚେକ୍ ନେଉଥିବାବେଳେ ମାଡିବସିଲା ଟିମ୍ - sambalpur vigilance

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 15, 2023, 11:03 PM IST

ସମ୍ବଲପୁର: ସବସିଡି କରାଇଦେବା ନାଁରେ ଲାଞ୍ଚ ନେଇ ଧରାପଡିଲେ ଅତିରିକ୍ତ ମତ୍ସ୍ୟ ଅଧିକାରୀ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ଅତିରିକ୍ତ ମତ୍ସ୍ୟ ଅଧିକାରୀ ସ୍ନେହଲତା ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଏକ କାର୍ପ ଗ୍ରୋ ପ୍ରୋଜେକ୍ଟର ସବସିଡି ଟଙ୍କା କରାଇ ଦେବାକୁ କହି 20 ହଜାର ଟଙ୍କାର ଏକ ବ୍ଲାଙ୍କ ଚେକ୍ ମାଗିଥିଲେ । 

ଏହି ଘଟଣା ନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ଖବର ପାଇ ଭିଜିଲାନ୍ସ ନିଜ ତରଫରୁ ଏକ ଚେକ୍ ସମ୍ପୃକ୍ତ ଏସ.ଏଚ.ଜି ମହିଳାଙ୍କୁ ଦେଇଥିଲେ । ଏସଏଚଜି ମହିଳାମାନେ ଏହି ଚେକ ଅତିରିକ୍ତ ମତ୍ସ୍ୟଅଧିକାରୀଙ୍କୁ ଦେବା ସମୟରେ ଭିଜିଲାନ୍ସ ତୁରନ୍ତ ତାଙ୍କୁ ଗିରଫ କରିଥିଲା । ଅତିରିକ୍ତ ମତ୍ସ୍ୟ ଅଧିକାରୀ ସ୍ନେହଲତା ମହାନ୍ତିଙ୍କୁ ସମ୍ବଲପୁର ଭିଜିଲାନ୍ସ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇ ଅଧିକ ତଦନ୍ତ ଜାରି ରହିଛି ।



ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.