thumbnail

By

Published : Apr 26, 2023, 10:40 PM IST

ETV Bharat / Videos

ଏଟିଏମ ଲୁଟ ଘଟଣାର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ

କଟକ: ଏଟିଏମ୍ ଲୁଟ ଘଟଣାର ପର୍ଦ୍ଦାଫାସ କଲା କଟକ ମଧୁପାଟଣା ଥାନା ପୋଲିସ । କଟକ ନୂଆପଡ଼ା ଅଞ୍ଚଳର ଆକ୍ସିସ ବ୍ୟାଙ୍କ ଏଟିଏମରୁ ପ୍ରାୟ ୯ ଲକ୍ଷ ଟଙ୍କା ଲୁଟ ଘଟଣାରେ ମଧୁପାଟଣା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଏହି ଘଟଣାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସିକ୍ୟୁରିଟି ସଂସ୍ଥାର କର୍ମଚାରୀ ହୃଷୀକେଶ ସାହୁ।  ଅଭିଯୁକ୍ତ ଜଣକ ଏଟିଏମ୍‌ ମେସିନ ନଭାଙ୍ଗି ଚାମ୍ବରରୁ ଟଙ୍କା ଗାଏବ କରିଥିଲେ । ସିସିଟିଭି କ୍ୟାମେରା ଏବଂ ଏଟିଏମ୍ ତାର କାଟି ପ୍ରାୟ ୯ ଲକ୍ଷ ଟଙ୍କା ଲୁଟ କରିଥିଲେ ବୋଲି କଟକ ଡିସିପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିରେ ଆଉ କାହାର କାହାର ସଂପୃକ୍ତି ରହିଛି ସେନେଇ ତଦନ୍ତ ଚାଲିଛି ବୋଲି ଡିସିପି କହିଛନ୍ତି। ତେବେ ବୟାଳିଶ ମଉଜାର ହୃଷିକେଶ ସାହୁ ଏକ ଏଟିଏମ ସୁରକ୍ଷା କର୍ମଚାରୀ ହିସାବରେ କାର୍ଯ୍ୟ କରନ୍ତି । ଗତ 22 ତାରିଖ ମଧ୍ୟ ରାତିରେ ସିକ୍ୟୁରିଟି ସଂସ୍ଥାର ନୂଆପଡାରେ ଥିବା ଅକ୍ସିକ ବ୍ୟାଙ୍କ ଏଟିଏମରୁ ଅତି ଚତୁରତାର ସହ ବିପୁଳ ପରିମାଣର ଟଙ୍କା ଲୁଟ କରିଥିଲେ । ଏଟିଏମ ମେସିନରେ ଟଙ୍କା ପୈଠ ଓ ଉଠାଣ କରାଯିବା ସମ୍ପର୍କରେ ସେ ବେଶ ଅବଗତ ଥିଲେ । ତେବେ ଏହି ଲୁଟରେ ସିକରେଟ ପିନ ଓ ଚାବି ମଧ୍ୟ ବ୍ୟବହାର କରିଥିଲେ ହୃଷିକେଶ । ପରବର୍ତ୍ତୀ ସମୟରେ ଯେତେବେଳେ ଏଟିଏମ ସୁରକ୍ଷା କର୍ମଚାରୀମାନେ ଜାଣିବାକୁ ପାଇଥିଲେ ଏନେଇ ଲିଖିତ ଆକାରରେ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବୁଧବାର ଲୁଟେରା ହୃଷିକେଶକୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଛି । ଗିରଫ ସମୟରେ 9 ଲକ୍ଷ 40 ହଜାର ଟଙ୍କା, ଏକ ଗାଡି, ଚୋରିରେ ବ୍ୟବହୃତ ସାମଗ୍ରୀ ଓ 15ଟି ଏଟିଏମ ମେସିନ ଚାବି ଜବତ ହୋଇଛି ।  

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.