ସ୍ୱାଧୀନତାର 75 ତମ ବର୍ଷ ପାଳନ ପାଇଁ ମୁମ୍ବାଇବାସୀଙ୍କୁ ମାଗଣାରେ ତ୍ରିରଙ୍ଗା ବଣ୍ଟନ

By

Published : Aug 9, 2022, 9:22 PM IST

Updated : Feb 3, 2023, 8:26 PM IST

thumbnail
ମୁମ୍ବାଇ: ସ୍ବାଧୀନତାର 75 ତମ ବର୍ଷରେ ସାରା ଦେଶ ପାଳନ କରିବ ଆଜାଦି କି ଅମୃତ ମହୋତ୍ସବ । ସମସ୍ତ ଭାରତବାସୀ ଅମୃତ ମହୋତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିବାକୁ ଯୋଜନା କରିଛନ୍ତି । ଏହିପରି ଭାବରେ, ଅମୃତ ମହୋତ୍ସବରେ ମୁମ୍ବାଇର ମ୍ୟୁନିସିପାଲିଟି କର୍ପୋରେସନ୍ 7 କୋଟି ଟଙ୍କା ବ୍ୟୟରେ ମୁମ୍ବାଇରେ ସମସ୍ତଙ୍କୁ ମାଗଣା ତ୍ରିରଙ୍ଗା ପତାକା ବଣ୍ଟନ କରୁଛି । ସେପଟେ ମୁମ୍ବାଇରେ ଏଭଳି ନିଆରା ପଦକ୍ଷେପ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଯେଉଁଠି ବେରୀବଲିର ବାୟୁଦେବତା କମ୍ଲେକ୍ସରେ ରହୁଥିବା ବିଣା ଶାହା ତ୍ରିରଙ୍ଗାରେ ସଜିତ କାରକୁ ନେଇ ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଚାର ପ୍ରସାର କରି ରାଜ୍ୟର ଲୋକଙ୍କୁ ମାଗଣା ତ୍ରିରଙ୍ଗା ବିତରଣ କରିବେ । ଏନେଇ ସେ 1ଲକ୍ଷ ତ୍ରିରଙ୍ଗା ନିଜ କାରରେ ସଜେଇ କାରକୁ ତ୍ରିରଙ୍ଗା କାର ବନେଇଛନ୍ତି । ଏହି ଅବସରରେ ସ୍ଥାନୀୟ ଭାଜପା ସାଂସଦ ଗୋପାଳ ସେଠୀ ତାଙ୍କ ଉତ୍ସାହ ଦେଖି ବିଣା ଶାହାଙ୍କୁ ଝାନସୀ ରାଣୀ ମାନ୍ୟତା ଦେଇଛନ୍ତି । ଏଥିସହ ସାଂସଦ କହିଛନ୍ତି ଯେ ଗୋଟିଏ ପଟେ ଝାନସିର ରାଣୀ ଯିଏ ଦେଶର ସ୍ବାଧିନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ବର୍ତ୍ତମାନ ବେରୀବଲିରେ ବିଣା ଶାହା ଅଛନ୍ତି ଯିଏ ତାଙ୍କ କାରକୁ ତ୍ରିରଙ୍ଗାରେ ସଜାଇ ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇ ଅମୃତ ମହୋତ୍ସବରେ ଲୋକଙ୍କୁ ପ୍ରେରିତ କରିବେ ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.