ହତ୍ୟା ପରେ ଅଖାରେ ବାନ୍ଧି ଫିଙ୍ଗିଦେଲେ ! ତଦନ୍ତ ଜାରି - ବିଲ ମଝିରୁ ଅଖାରେ ଭର୍ତ୍ତି ମୃତଦେହ ଉଦ୍ଧାର

🎬 Watch Now: Feature Video

thumbnail

By

Published : May 12, 2023, 7:48 PM IST

ବାଲେଶ୍ଵର: ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ସିମୁଳିଆ ଥାନା ରପେୟା ପଞ୍ଚାୟତ ବଳରାମପୁର ନିକଟରେ ଥିବା ଧାନ ବିଲ ମଝିରେ ରକ୍ତାକ୍ତ ଅବସ୍ତାରେ ଏକ ମୁହଁବନ୍ଧା ଅଖା ଦେଖିବାକୁ ମିଳିଥିଲା । ଏହି ଅଖାକୁ ଦେଖିବା ପରେ ଗ୍ରାମବାସୀ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଖା ଖୋଲିବା ପରେ ସେଥିରେ ଜଣେ ଯୁବକର କ୍ଷତବିକ୍ଷତ ମୃତଦେହ ଥିବା ଦେଖିବାକୁ ପାଇଥିଲା ।  ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ । ଅନ୍ୟପଟେ ଯୁବକଙ୍କୁ କେହି ହତ୍ୟା କରି କେନାଲ ବନ୍ଧ ବିଲ ନିକଟରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସାଇଣ୍ଟଫିକ ଟିମର ସହଯୋଗରେ ପୋଲିସ ତଦନ୍ତ ଆରମ୍ଭ କରିଛି । କେମିତି ଏହିଠାରେ ଯୁବକଙ୍କ ମୃତଦେହ ପଡିଲା ଓ ଏହା ହତ୍ୟାକାଣ୍ଡ ନା ଆଉ କିଛି ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି । 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.