thumbnail

By

Published : May 5, 2023, 4:40 PM IST

ETV Bharat / Videos

ଭାରସାମ୍ୟ ହରାଇ ଗଛକୁ ପିଟିଲା ପୋଲିସ ପାଟ୍ରୋଲିଂ ଗାଡ଼ି, 5 ଜଣ କର୍ମଚାରୀ ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସୁବଳୟା ଥାନାର ପୋଲିସ ପାଟ୍ରୋଲିଂ ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ପାଟ୍ରୋଲିଂ ଗାଡ଼ିରେ ଥିବା ପୋଲିସ କର୍ମଚାରୀମାନେ । ପାଟ୍ରୋଲିଂ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା । ଥାନାକୁ ଫେରୁ୍‌ଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ବରଗଛକୁ ଧକ୍କା ଦେଇଥିଲା ଗାଡି। ଧକ୍କା ହେବା ଫଳରେ ରାସ୍ତକଡର ଚାଷ ଜମିକୁ ଗାଡ଼ି ଓଲଟି ପଡିଥିଲା । ଫଳରେ ସୁବଳୟା ଥାନାର ପାଞ୍ଚ ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ସୁବଳୟା ପୋଲିସ ପାଟ୍ରୋଲିଂ ସାରି ଥାନାକୁ ଫେରୁଥିବା ବେଳେ ସୁବଳୟା-ରେଢ଼ାଖୋଲ ରାସ୍ତା ବାଉରୀଯୋର ପୋଲ ପାଖରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ରାସ୍ତାରେ ଯାଉଥିବା ଲୋକ ପୋଲିସଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣାରେ ସୁବଳୟା ଥାନା ସବ୍ ଇନ୍ସପେକ୍ଟର ଦୀପ୍ତି ରଞ୍ଜନ ଦିଗାଲ, ଏଏସ୍‌ଆଇ ଏସ୍ ସେନ୍ଦ୍ରିଆଙ୍କ ସମେତ ପାଞ୍ଚ ପୋଲିସ୍ କର୍ମଚାରୀ ଥିବା ଜଣାପଡ଼ିଛି ।  ସମସ୍ତ ଅଧିକାରୀଙ୍କ ସ୍ବାସ୍ଥ୍ଯାବସ୍ତା ସ୍ଥିରଥିବା ସୂଚନା ରହିଛି । 

ଇଟିଭି ଭାରତ, ସୁବର୍ଣ୍ଣପୁର                       

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.