thumbnail

By

Published : Apr 13, 2023, 5:28 PM IST

ETV Bharat / Videos

ମରିଗଲା ମଣିଷପଣିଆ, ଚୋର ସନ୍ଦେହରେ ପିିଟିପିଟି ନେଇ ଗଲେ ଜୀବନ

ଲକ୍ଷ୍ନୌ:  ନିଷ୍ଠୁରତାର ଚରମ ସୀମା ଡେଉଁଗଲା ସନ୍ଦେହ । ଚୋରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଏକ ଖୁଣ୍ଟିରେ ବାନ୍ଧି ଲୁହା ରଡରେ ପିଟିଲେ କିଛି ବ୍ୟକ୍ତିବିଶେଷ । ଉତ୍ତର ପ୍ରଦେଶର ଶାହାଜାନପୁରରୁ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ୩୨ ବର୍ଷିୟ ବ୍ୟକ୍ତିଙ୍କୁ ଖୁଣ୍ଟିରେ ବାନ୍ଧି ଲୁହା ରଡରେ ନିସ୍ତୁକ ମାଡ ମରାଯାଉଛି । ଭିଡିଓରେ ଥିବା ବ୍ୟକ୍ତିଙ୍କ ଜଣକ ଶିବମ ଜୋହରି ହୋଇଥିବା ବେଳେ ସେ ଏକ ଟ୍ରାନ୍ସପୋର୍ଟ କମ୍ପାନିରେ ମ୍ୟାନେଜର ଭାବେ କାମ କରୁଥିଲେ ।  ସୂଚନା ଅନୁଯାୟୀ ଚୋରି ସନ୍ଦେହରେ ଶିବମକୁ ତାଙ୍କୁ ଟ୍ରାନ୍ସପୋର୍ଟ କମ୍ପାନୀର ମାଲିକ ଓ ଅନ୍ୟ ୭ ଜଣ ବ୍ୟକ୍ତି ମିଶି ଏପରି ନିର୍ମମ ଅତ୍ୟାଚାର କଲେ ଯେ ଶେଷରେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା  । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି  । ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେବାପରେ ଶିବମଙ୍କ ପରିବାର ଲୋକେ ପୋଲିସ ନିକଟରେ ଏକ ହତ୍ୟା ମାମଲା ରୁ଼ଜୁ କରିଛନ୍ତି । ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଦେଇଛି । ତେବେ ପୋଲିସ କହିଛି ମୃତକଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି  ।  ତେବେ ମୃତଦେହ ବ୍ୟବେଚ୍ଛେଦ ରିପୋର୍ଟ ପ୍ରକାଶ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।  ଭିଡିଓରେ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପୋଲିସ ଗିରଫ କରିବ ।  ପୋଲିସ କମ୍ପାନୀ ମାଲିକ କହ୍ନେୟା  ହୋସରୀ, ନିରଜ ଗୁପ୍ତାଙ୍କ ସହ ୭ ଜଣଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ସମସ୍ତ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି ।    

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.