ଟିଣ ଡବାରେ ଫସି କଲବଲ ଗୋଧି - ଟିଣ ଡ଼ବାରୁ ଗୋଧି ଉଦ୍ଧାର
🎬 Watch Now: Feature Video


Published : Dec 16, 2023, 6:52 AM IST
ଭୁବନେଶ୍ୱର: ଖାଦ୍ୟ ସଂଗ୍ରହ ସମୟରେ କେନ୍ରେ ଫସିଲା ହୋଇଛି ଗୋଧି । ଏକ ଟିଣ କେନରେ ଫସିଯିବାରୁ ଗୋଧୀ କଲବଲ ହୋଇଛି । ଏଭଳି ଚିତ୍ର ଗତକାଲି ଭୁବନେଶ୍ୱରର ବରଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି । ଉଦ୍ଧାର ପରେ ସୁରକ୍ଷିତ ଭାବେ ଗୋଧିକୁ ଛାଡି ଦେଇଛି ସ୍ନେକ ହେଲ୍ପ ଲାଇନ । ବଡଗଡ଼ ଅଞ୍ଚଳରେ ଥିବା ମେଘେଶ୍ଵର କଲୋନୀର ଶାଶ୍ଵତ ନନ୍ଦଙ୍କ ଘର ସାମ୍ନାରେ ଥିବା ଏକ ପ୍ଲଟରେ ଗୋଧିଟିଏ ମୁଣ୍ଡରେ ଏକ ଟିଣ ଡ଼ବା ଲାଗିଯାଇଥିବା ଦେଖି ପରିବାର ଲୋକ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସୂଚନା ଦେଇଥିଲେ ।
ଏହାପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ ବରାଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୋଧିକୁ ଧରିଲେ ସତ । ହେଲେ ତା ମୁଣ୍ଡରୁ ଟିଣ ଡବାକୁ ବାହାର କରିପାରିଲେ ନାହିଁ । ବଳ ପ୍ରୟୋଗ କରି ଭିଡ଼ିଲେ କାଳେ ଗୋଧୀର ବେକ ବା ମୁଣ୍ଡ ଖଣ୍ଡିଆ ହୋଇଯିବ, ସେହି ଆଶଙ୍କାରେ ଭିଡା ଭିଡି ନକରି ସ୍ନେକ ହେଲ୍ପ ଲାଇନ ଅଫିସକୁ ନେଇ ଯାଇଥିଲେ । ସେଠାରେ ମେଟାଲ କଟର ସାହାଯ୍ୟରେ ଟିଣ ଡବାକୁ କାଟିବା ପରେ ଗୋଧି ବାହାରିଥିଲା । ଭୋକ ବିକଳରେ ଗୋଧି ଡବାରେ ମୁଣ୍ଡ ପୁରେଇ ଦେବା ପରେ ଆଉ ବାହାରିବା ପାଇଁ ସକ୍ଷମ ହୋଇନଥିଲା । ଗୋଧି ବେକରେ ସାମାନ୍ୟ ଖଣ୍ଡିଆ ହୋଇଥିଲା । ତେଣୁ କ୍ଷତ ସ୍ଥାନରେ ଔଷଧ ଲଗାଇ ଯେଉଁ ସ୍ଥାନରୁ ଉଦ୍ଧାର ହୋଇଥିଲା ସେଠାରେ ଛାଡି ଦେବାକୁ ଶାଶ୍ଵତଙ୍କ ପରିବାର ଅନୁରୋଧ କରିଥିଲେ ।ଏହା ପରେ ଗୋଧିଟିକୁ ସେଠାରେ ହିଁ ଛାଡ଼ି ଦିଆଯାଇଥିଲା ।
ଏହା ମଧ୍ୟ ପଢନ୍ତୁ.....ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ, ବାହାରଣାରେ ହରିଣ ଉଦ୍ଧାର
ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ, "ଗୋଧିର ମୁଣ୍ଡଟି ଯଦି ଅଧିକ ଦିନ ପର୍ଯ୍ୟନ୍ତ କୌଣସି ଟିଣ ଡ଼ବା ଭିତରେ ରହିଥାନ୍ତା ତେବେ ଖାଦ୍ୟ ଏବଂ ପାନୀୟ ଅଭାବରୁ ଦୁର୍ବଳ ହୋଇଥାନ୍ତା । ବେକରେ ଖଣ୍ଡିଆ ଅଧିକ ହେବା ଫଳରେ ଜୀବାଣୁ ସଂକ୍ରମଣ ମଧ୍ୟ ତା ଜୀବନ ପ୍ରତି ବିପଦ ସୃଷ୍ଟି କରି ଥାଆନ୍ତା । "
ଇଟିଭି ଭାରତ ,ଭୁବନେଶ୍ୱର