ସାଇବର ସିକ୍ୟୁରିଟି ନେଇ ସଚେତନତା କାର୍ଯ୍ୟକ୍ରମ - ଖଡ଼ିଆଳ ପୋଲିସ ପକ୍ଷରୁ ସାଇବର ସିକ୍ୟୁରିଟି କାର୍ଯ୍ୟକ୍ରମ
🎬 Watch Now: Feature Video
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ସାଇବର ସିକ୍ୟୁରିଟି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକଙ୍କ ପ୍ରତି ପୋଲିସର ଭୂମିକା, ସଡକ ସୁରକ୍ଷା ଆଦି ବିଭିନ୍ନ ପ୍ରସଙ୍ଗରେ କାର୍ଯ୍ୟକ୍ରମ କରାଯାଇଥିଲା । ସାଇବର କ୍ରାଇମ ବଢୁଥିବାରୁ ଏହାକୁ ରୋକିବା ପାଇଁ ବିଭିନ୍ନ ପନ୍ଥା ସମ୍ପର୍କରେ ବରିଷ୍ଠ ନାଗରିକଙ୍କୁ ଅବଗତ କରାଯାଇଥିଲା । ଆୟୋଜିତ ସଭାରେ ଖଡ଼ିଆଳ ଥାନା IIC ଅନିରୁଦ୍ଧ ମୁଦୁଲି ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ନୂଆପଡା ଆରକ୍ଷୀ ଅଧିକ୍ଷକ ଜି.ରାଘବେନ୍ଦ୍ର ରେଡ୍ଡୀ ଯୋଗଦେଇ ପୋଲିସର ଦାୟିତ୍ୱ ଓ ଜନସାଧାରଣଙ୍କ ନୈତିକ କର୍ତ୍ତବ୍ୟ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ବିଶେଷକରି ସାଇବର ଠକେଇ ରାଜ୍ୟରେ କାୟା ବିସ୍ତାର କରିଚାଲିଛି । ଏଥିରୁ କିପରି ସୁରକ୍ଷିତ ରହିବେ ଆଦି ବିଭିନ୍ନ ଦିଗ ସମ୍ପର୍କରେ ନୂଆପଡା ଆରକ୍ଷୀ ଅଧିକ୍ଷକ ବରିଷ୍ଠ ନାଗରିକଙ୍କୁ ବୁଝାଇଛନ୍ତି । ନିଜ ଆଖପାଖରେ ଯଦି କିଛି ଅପରାଧ ଘଟିବା ସମ୍ଭାବନା ରହିଥାଏ ତେବେ ତୁରନ୍ତ 112 ଟୋଲ ଫ୍ରି ନମ୍ବରରେ ଫୋନ କରିବା ପାଇଁ ଅନୁରୋଧ କରିଛନ୍ତି ଏସପି ।
ଇଟିଭି ଭାରତ, ନୂଆପଡା