thumbnail

By

Published : Aug 15, 2023, 12:56 PM IST

ETV Bharat / Videos

କଟକରେ ପତାକା ଉତ୍ତୋଳନ କଲେ ଅର୍ଥମନ୍ତ୍ରୀ

କଟକ: ସାରା ଦେଶ ପାଳୁଛି 77ତମ ସ୍ବାଧୀନତା ଦିବସ । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ 77 ତମ ସ୍ବାଧୀନତା ଦିବସ ପାଳିତ ହୋଇୟାଇଛି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ପରେ ଓଡ଼ିଶା ପୋଲିସ ଏବଂ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ପରେଡରେ ଅଂଶଗ୍ରହଣ କରିଥିଲେ। ଦେଶ ମାତୃକା ପାଇଁ ନିଜକୁ ଉତ୍ସର୍ଗ କରିଥିବା ମହାପୁରୁଷ ଏବଂ ବୀର ସଂଗ୍ରାମୀମାନଙ୍କୁ ମନେ ପକାଇଥିଲେ ମୁଖ୍ୟ ଅତିଥି। ତେବେ ଦେଶ ସ୍ୱାଧିନତା ବେଳେ କଟକର ଅତୁଳନୀୟ ଅବଦାନ ରହିଥିବା ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ରାଜ୍ୟ ସରକାର ବିଭିନ୍ନ ଉନ୍ନତି ଦିଗରେ କାର୍ଯ୍ୟ କରୁଛନ୍ତି । ଦୀର୍ଘ ଦିନ ଶାସନ କାଳରେ ରାଜ୍ୟ ସରକାର ବହୁ ସଫଳତାର ପାହାଚ ଚଢିଛନ୍ତି ବୋଲି ନିଜର ଅଭିଭାଷଣ ରଖିଥିଲେ । ସେହିପରି ନିଆଳି ବ୍ଳକର ପୋଖରୀ ଗ୍ରାମ ପଞ୍ଚାୟତରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ସରପଞ୍ଚ ସାଗରିକା ଦାଶଙ୍କ ନେତୃତ୍ୱରେ ପଞ୍ଚାୟତଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏକ ଶୋଭାଯାତ୍ରା ମାଧ୍ୟମରେ ଜାତୀୟ ପତାକା ଧରି ପୋଖରୀ ଗାଁ ସରପଞ୍ଚ ଗାଁ ପରିଭ୍ରମଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ନବରଙ୍ଗପୁରରେ ସ୍ବାଧୀନତା ଦିବସ ପାଳିତ

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.