ବ୍ରହ୍ମପୁରରେ ପାଳିତ ହେଲା ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

By

Published : Dec 6, 2022, 8:52 PM IST

Updated : Feb 3, 2023, 8:35 PM IST

thumbnail
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ପାଳିତ ହେଲା ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ । ସ୍ଥାନୀୟ ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡି଼ଆରେ ଏହି ଅବସରରେ ଗୃହରକ୍ଷୀ ବାହିନୀ ଦ୍ବାରା ଆୟୋଜିତ ପ୍ୟାରେଡ୍ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ ଯୋଗ ଦେଇ ନିରୀକ୍ଷଣ କରିବା ସହ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଗୃହରକ୍ଷୀ ବାହିନୀରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୃହରକ୍ଷୀ ମାନଙ୍କୁ ସମ୍ମାନିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅସୀମ ପଣ୍ଡା, ରମେଶ ଚନ୍ଦ୍ର ସେଠୀଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଇଟିଭି ଭାରତ, ବ୍ରହ୍ମପୁର
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.