ଅଯୋଧ୍ୟାରେ ପହଞ୍ଚିଲା ୬୦୦କେଜି ଓଜନର ଘଣ୍ଟି, ବଢାଇବ ରାମ ମନ୍ଦିର ଶୋଭା - ୬୦୦କେଜି ଘଣ୍ଟି

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 28, 2023, 8:24 PM IST

600kg metal bell: ଅଯୋଧ୍ୟା: ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ଏ ନେଇ ସବୁଠି ଉତ୍ସାହର ମାହୋଲ । ନବବଧୂ ପରି ସଜେଇ ହେଉଛି ରାମ ଜନ୍ମଭୂମି ଅଯୋଧ୍ୟା । ଭବ୍ୟ ସମାରୋହରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ସ୍ଥାପନ କରାଯିବ । ଏହାରି ମଧ୍ୟରେ ସାରା ଦେଶର କୋଣ ଅନୁକୋଣରେ ନିର୍ମିତ ହେଉଥିବା ଗୋଟିଏ ଗୋଟିଏ ସାମଗ୍ରୀ ଆସି ଅଯୋଧ୍ୟାରେ ପହଞ୍ଚୁଛି । ଗୁରୁବାର ତାମିଲନାଡୁ ରାମେଶ୍ବରମରେ ନିର୍ମିତ ୬୦୦ କେଜି ଓଜନର ଘଣ୍ଟି ଅଯୋଧ୍ୟାରେ ପହଞ୍ଚିଛି । ରାମ ମନ୍ଦିରରେ ଏହି ଘଣ୍ଟିର ସ୍ଥାପନ ହେବ । ଏହି ଘଣ୍ଟିରେ 'ଜୟ ଶ୍ରୀରାମ' ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି । ସେହିପରି ରାମ ମନ୍ଦିରର କବାଟକୁ ହାଇଦ୍ରାବାଦରେ ତିଆରି କରାଯାଇଥିବା ବେଳେ ରାମ ମନ୍ଦିର ମୂର୍ତ୍ତି କୋଲକାତାରୁ ଯାଇଛି । ଏହି ମୂର୍ତ୍ତିକୁ ୨ ମୁସଲମାନ କାରିଗର ନିର୍ମାଣ କରିଥିବା ଜଣାପଡ଼ିଛି । ସେପଟେ ଡିସେମ୍ବର ୩୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ଗସ୍ତ କରି ଅଯୋଧ୍ୟା ବିମାନ ବନ୍ଦରର ଉଦଘାଟନ କରିବେ । ଯାହାର ନାମ ରଖାଯାଇଛି 'ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଅନ୍ତର୍ଜାତୀୟ ବିମାନ ବନ୍ଦର' ।  

ଏହା ବି ପଢନ୍ତୁ- ମୁସଲିମ କାରିଗର ଗଢିଲେ ଶ୍ରୀରାମଙ୍କ ମୂର୍ତ୍ତି, ଅଯୋଧ୍ୟାରେ ଶୋଭା ବଢାଇବ

ଏହା ବି ପଢନ୍ତୁ- ଭବ୍ୟ ରାମ ମନ୍ଦିରରେ ଲାଗିବ ହାଇଦ୍ରାବାଦରେ ନିର୍ମିତ କବାଟ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.