Pandian on Pradeep: ପ୍ରବାସୀଙ୍କୁ ଆଣିବାକୁ ଚାହୁଁନଥିଲେ ଜଣେ ଲୋକ ପ୍ରତିନିଧି: ଭିକେ ପାଣ୍ଡିଆନ - ପ୍ରବାସୀଙ୍କୁ ଆଣିବାକୁ ଚାହୁଁନଥିଲେ ଜଣେ ଲୋକ ପ୍ରତିନିଧୀ
🎬 Watch Now: Feature Video
Published : Aug 26, 2023, 7:02 AM IST
ବ୍ରହ୍ମପୁର: ନାଁ ନନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ମଞ୍ଚରୁ ଟାର୍ଗେଟ କଲେ 5T ସଚିବ ଭିକେ ପାଣ୍ଡିଆନ । କହିଲେ କୋଭିଡ ସଂକଟ ବେଳେ ଗଞ୍ଜାମର ଜଣେ ଜନପ୍ରତିନିଧି ନିଜେ ବଞ୍ଚିବା କଥା ଆଗ ଚାହୁଁଥିଲେ । ପ୍ରବାସୀ ଓଡ଼ିଆଙ୍କ କଥା ଭାବୁନଥିଲେ । ବାହାର ରାଜ୍ୟରୁ ପ୍ରବାସୀଙ୍କୁ ନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରିଥିଲେ । କୋଭିଡ ବେଳେ ପ୍ରବାସୀ ଓଡ଼ିଆ ଗଞ୍ଜାମ ଫେରନ୍ତୁ ବୋଲି ଚାହୁଁ ନଥିଲେ ସେହି ଲୋକ ପ୍ରତିନିଧି । ସ୍ଥାନୀୟ ଲୋକ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି କହିଥିଲେ ସାର୍ ପ୍ରଥମେ ଆମେ ବଞ୍ଚିବା ତା'ପରେ ଅନ୍ୟମାନଙ୍କୁ ଆଣିବା । ସେହି ଲୋକ ପ୍ରତିନିଧିଙ୍କ କଥାରେ ରାଗି ଯାଇଥିଲେ ମୁଖ୍ୟମନ୍ତ୍ରୀ ।
ପ୍ରବାସୀ ଓଡ଼ିଆଙ୍କୁ ଗଞ୍ଜାମକୁ ଫେରାଇ ଆଣିବାକୁ ଆମକୁ କହିଥିଲେ ମୁଖ୍ୟମନ୍ତ୍ରୀ ବୋଲି ସଭା ମଞ୍ଚରେ କହିଛନ୍ତି 5T ସଚିବ । ସେ ସେହି ଲୋକ ପ୍ରତିନିଧିଙ୍କ ନାଁ ନନେଇଥିଲେ ମଧ୍ୟ ଏହା ପରୋକ୍ଷରେ ଗୋପାଳପୁର ବିଧାୟକଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା ସ୍ପଷ୍ଟ ହୋଇଛି । ଅନ୍ୟପଟେ ଭିକେ ପାଣ୍ଡିଆନଙ୍କ ଏହି ଅଭିଯୋଗର କଡା କାଉଣ୍ଟର କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କ'ଣ କହିଛନ୍ତି ପ୍ରଦୀପ ଦେଖନ୍ତୁ ।
ଇଟିଭି ଭାରତ, ବ୍ରହ୍ମପୁର