thumbnail

By ETV Bharat Odisha Team

Published : Jan 12, 2024, 3:44 PM IST

ETV Bharat / Videos

କଳାହାଣ୍ଡିରେ ପାଣ୍ଡିଆନଙ୍କୁ କଳାପତାକା ପ୍ରଦର୍ଶନ

Pandian Faces Black Flag Protest: ଭବାନୀପାଟଣା: 5T ଅଧ୍ୟକ୍ଷଙ୍କୁ କଳାପତାକା ପ୍ରଦର୍ଶନ । ବିଜେପି ପକ୍ଷରୁ ପାଣ୍ଡିଆନଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଥିବା ଜଣାପଡିଛି । ଆଜି ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ସୂଚନା ଅନୁଯାୟୀ, ପାଣ୍ଡିଆନ ପ୍ରଥମେ ଭବାନୀପାଟଣା ରିଜର୍ଭ ପୋଲିସ ପଡି଼ଆ ଠାରେ ପହଞ୍ଚିଥିଲେ । ସେଠାରୁ ମା’ ମାଣିକେଶ୍ୱରୀ ବିଶ୍ଵ ବିଦ୍ୟାଳୟ ପଡ଼ିଆରେ 'ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷ୍ଣ ନଗରଠାରେ ପବ୍ଲିକ ମିଟିଂକୁ ଯାଉଥିବାବେଳେ କଳାପତାକା ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ ।

ଏହା ମଧ୍ୟ ପଢନ୍ତୁ...ରାଜଗାଙ୍ଗପୁରରେ ପାଣ୍ଡିଆନଙ୍କୁ ବିରୋଧ, ପ୍ଲାକାର୍ଡ ଦେଖାଇଲେ ବିଜେପି କର୍ମୀ

ମାଣିକେଶ୍ୱରୀ ଛକ ନିକଟରେ ବିଜେପି କର୍ମୀମାନେ 'ପାଣ୍ଡିଆନ ଗୋ ବ୍ୟାକ୍‌' ନାରା ଦେବା ସହ କଳାପତାକା ପ୍ରଦର୍ଶନ କରିଛନ୍ତି । ପୋଲିସ ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛି । ତେବେ କଳା ପତାକା ଦେଖାଇଥିବା କେତେକ ବିଜେପି କର୍ମୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି ।


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.