ଅନୁଗୋଳ ନାଲକୋ ପ୍ଲାଣ୍ଟ ନିକଟରେ 44ଟିକିଆ ହାତୀପଲ, ଭୟରେ ଲୋକେ - ଅନୁଗୋଳ ନାଲକୋ ପ୍ଲାଣ୍ଟ ନିକଟରେ ହାତୀ ପଲ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 15, 2023, 11:00 AM IST

ଅନୁଗୋଳ: ଜିଲ୍ଲା ବନଖଣ୍ଡକୁ ଫେରିଲେ ହାତୀ । ନାଲକୋ ସ୍ମେଲଟର ପ୍ଲାଣ୍ଟ ନିକଟରେ ହାତୀପଲ । ଅନୁଗୋଳ ବନାଞ୍ଚଳ ନାଲକୋ କାରଖାନା ପାର୍ଶ୍ଵରେ ୪୪ଟିକିଆ ହାତୀପଲ ଦେଖିବାକୁ ମିଳିଛି । ସକାଳୁ ହାତୀପଲ ଆସି ବେନ୍ତପୁର ଗାଁ ଆମ୍ବ ତୋଟାରେ ରହିଛନ୍ତି । ଫଳରେ ଆଖପାଖ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହାଛଡ଼ା ଲୋକଙ୍କ ସବୁଦିନିଆ ରାସ୍ତାରେ ଯାତାୟାତ ବନ୍ଦ ହୋଇ ଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଅନ୍ୟପଟେ ନିରୁପାୟ ହୋଇ ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ହାତୀପଲକୁ ଜଗି ରହିଛନ୍ତି । ପଲରେ ଗୋଟିଏ ଦୁଇଟି ଦନ୍ତା ହାତୀ ଲୋକଙ୍କୁ ଦେଖିଲେ ଆକ୍ରମଣ କରିବାକୁ ଗୋଡ଼ାଉଛନ୍ତି । 

ଏହାମଧ୍ୟ ପଢନ୍ତୁ.. ଦେଶରେ ବଢୁଛି ହାତୀ-ମଣିଷ ଲଢେଇ, ଓଡ଼ିଶାରେ ଆହତଙ୍କ ସଂଖ୍ୟା ସର୍ବାଧିକ

ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସେହି ରାସ୍ତା ଦେଇ ଯାତାୟାତ ନକରିବାକୁ ସତର୍କ କରାଯାଉଛି । କିଛି ଯୁବକ ହାତୀ ପାଖକୁ ଯାଇ ଫୋଟ ଉଠାଇବା ଏବଂ ସେଲଫି ନେବାକୁ ଉଦ୍ୟମ କରୁଥିବାରୁ ବନ ବିଭାଗ ତରଫରୁ କଟକଣା କରାଯାଇଛି । ଅନୁଗୋଳ ଡିଏଫଓ ନିଜେ ଘଟଣାସ୍ଥଳକୁ ଯାଇ ତଦାରଖ କରୁଛନ୍ତି । ତେବେ ରାତିରେ ହାତୀପଲ ଅନ୍ୟତ୍ର ଯାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଗତ ଦୁଇଦିନ ହେଲା ଏହି ହାତୀପଲ ତାଳଚେର ଓ ଅନୁଗୁଳ ବନାଞ୍ଚଳର ବିଭିନ୍ନ ଗାଁ ନିକଟରେ ବିଚରଣ କରୁଛନ୍ତି । ତେଣୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.