କୁନି ବୟସରେ କମାଲ, ସାଢେ 3 ବର୍ଷରେ ହାତେଇଲେ ଇଣ୍ଡିଆ ବୁକ ଅଫ ରେକର୍ଡ

By ETV Bharat Odisha Team

Published : Jan 17, 2024, 3:12 PM IST

thumbnail

Khordha Girl Enters India Book of Records;  ଖୋର୍ଦ୍ଧା : ବୟସ ମାତ୍ରେ ସାଢେ 3 ବର୍ଷ । ସଠିକ ଭାବେ କଥା କହିପାରୁ ନଥିବା ବେଳେ ବିଚକ୍ଷଣ ବୁଦ୍ଧି ଯୋଗୁଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛଡନ୍ତି ଖୋର୍ଦ୍ଧା ଜିଲ୍ଲା କୁଶପଲା ଗ୍ରାମର କୁନି ଝିଅ ଉମେ କୁଲସୁମ । ଖେଳିବା ବୁଲିବା ବୟସରେ ଅନେକ ପାଠ କବିତାକୁ ମୁଖସ୍ତ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

କଠିନ ଆରବୀ ଭାଷାର ଶବ୍ଦ ସହ ଆରବୀ ବର୍ଣ୍ଣମାଳା, ଅରବୀକ ନୁରାନୀ କାଇଦା, ସୁରେ ଫତିହା ଭଳି ଆରବୀ ଶ୍ଳୋକକୁ ନିର୍ଭୁଲ ମନେରଖି ଉଚ୍ଚାରଣ କରୁଛନ୍ତି । ଏହା ସହ 12 ପ୍ରକାର ଫଳ ଓ ପରିବା, 15 ପ୍ରକାର ମନୁଷ୍ୟ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ, ଇଂରାଜୀ ଓ ହିନ୍ଦୀ ଭାଷାରେ ଗୀତ ଗାଇ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି । ସେହିପରି ଆମ ଜାତୀୟ ସଙ୍ଗୀତ, ଜନ ଗଣ ମନ ଓ ବନ୍ଦେ ଉତ୍କଳ ଜନନୀକୁ ମୁଖସ୍ତ କରି ଗାଉଛି କୁନି ଝିଅ କୁଲସୁମ । କୁଲସୁମ ଏବେ ବେଗୁନିଆର ଏକ ଘରୋଇ ସ୍କୁଲର ନର୍ସରିରେ ପଢ଼ୁଥିବା ବେଳେ ଝିଅକୁ ତାଙ୍କ ଶିକ୍ଷୟତ୍ରୀ ସୁଭପ୍ରିୟା ଦେବଶର୍ମା ଅଧିକ ପ୍ରେରିତ କରିଥିବା କହିଛନ୍ତି କୁଲସୁମଙ୍କ ମା' ଆମନା ବେଗମ ଓ ବାପା ଏସ କେ ଗଫୁର । ସେହିପରି କୁଲସୁମଙ୍କ ଏହି ସଫଳତା ପାଇଁ ପରିବାର ବର୍ଗ ଖୁସି ପ୍ରକଟ କରିଥିବା ବେଳେ ଏହା ଆମ ଅଞ୍ଚଳ ପାଇଁ ଗର୍ବ ବୋଲି ଗ୍ରାମବାସୀ କହିଛନ୍ତି ।
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.