କଳିଯୁଗର ମୀରା, କାହ୍ନା ପ୍ରେମରେ ବାୟା ହୋଇ ମୂର୍ତ୍ତିକୁ କଲେ ବିବାହ

By

Published : Mar 13, 2023, 8:37 PM IST

thumbnail

ଲକ୍ଷ୍ନୌ: କାହ୍ନା ପ୍ରେମରେ ବାୟା ହେଲେ ଯୁବତୀ । ନିଜର ପୁରା ଜୀବନକୁ ନଟଖଟ କହ୍ନୈୟା ନିକଟରେ ସମର୍ପିତ କରିଛନ୍ତି ଉତ୍ତରପ୍ରଦେଶର ଏହି ଯୁବତୀ । ସମସ୍ତ ରୀତିନୀତି ଅନୁଯାୟୀ ସେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହିତ ବିବାହ କରିଛନ୍ତି । ପୂଜକ ମନ୍ତ୍ରପାଠ କରିବା ସହିତ ଯୁବତୀ ଜଣକ ହାତରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଧରି ସାତଫେରେ ନେଇଥିଲେ । ଏହି ନିଆରା ବିବାହ ଉତ୍ସବରେ ଯୁବତୀଙ୍କ ପରିବାର ସମେତ ପଡ଼ୋଶୀ ମଧ୍ୟ ସାମିଲ ହୋଇଥିଲେ । ଏହି ଯୁବତୀ ହେଉଛନ୍ତି ଭରଥନା ରୋଡ ନିବାସୀ ରଣଜୀତ ସିଂଙ୍କ ରକ୍ଷା ସୋଲଙ୍କି । ଯିଏକି ଛୋଟ ବେଳୁ ଶ୍ରୀକୃଷ୍ଣଙ୍କ ଭକ୍ତିରେ ଲୀନ ହୋଇଛନ୍ତି । ରକ୍ଷା ସମ୍ପୂର୍ଣ୍ଣ ଭାବେ ନବବଧୂ ବେଶରେ ଶ୍ରୀକୃଷ୍ଣଙ୍କୁ ବିବାହ କରିଛନ୍ତି । ରଣଜୀତ ଝିଅର ଏହି ନିଷ୍ପତ୍ତିରେ ବେଶ ଖୁସି ଥିବା କହିଛନ୍ତି । ଏବେ ଭଗବାନ ଶ୍ରୀକୃଷ୍ଣଙ୍କ ତାଙ୍କର ଜ୍ବାଇଁ ବୋଲି ସେ କହିଛନ୍ତି । ରକ୍ଷା କହିଛନ୍ତି ଯେ ଗତ କିଛି ଦିନ ଶ୍ରୀକୃଷ୍ଣ ତାଙ୍କ ସ୍ବପ୍ନରେ ଆସି ତାଙ୍କୁ ବରମାଳା ପିନ୍ଧାଇଥିଲେ । ଏ ନେଇ ସେ ପରିବାରକୁ କହିବା ପରେ ତାଙ୍କର ବିବାହ ଉତ୍ସବ ଲାଗି ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ ରକ୍ଷାଙ୍କ ବୟସ ଏବେ ୩୧ ବର୍ଷ ବୋଲି ଜଣାପଡ଼ିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.