ମଣ୍ଡେଇ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା; କଣ୍ଠଶିଳ୍ପୀ ରୋହନଙ୍କ ଗୀତରେ ଝୁମିଲେ ଦର୍ଶକ

By ETV Bharat Odisha Team

Published : Dec 12, 2023, 9:51 AM IST

thumbnail

ନବରଙ୍ଗପୁର: ଜମୁଛି ମଣ୍ଡେଇ ଆସର । ଦର୍ଶକଙ୍କ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ।  ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ସାଂସ୍କୃତିକ ଦଳର କାର୍ଯ୍ୟକ୍ରମରେ ଦୁଲୁକୁଛି ମଣ୍ଡେଇ ମଞ୍ଚ । ଶୀତୁଆ ସନ୍ଧ୍ୟାରେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଉପଭୋଗ କରୁଛନ୍ତି ଦର୍ଶକ । ସୋମବାର ନବରଙ୍ଗପୁର ଜିଲ୍ଲାର ଆଦିବାସୀ ସାଂସ୍କୃତିକ ମହୋତ୍ସବ ମଣ୍ଡେଇ-2023ର ଦ୍ବିତୀୟ ସନ୍ଧ୍ୟା ଥିଲା  । ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା ଓଡିଶୀ ନୃତ୍ୟ, ସୁନ୍ଦରଗଡର ଝୁମର, ଲାଉଡି, ଆସାମର ଭରତାଜ, ଗଞ୍ଜାମର ପଶୁମୁଖା, କାନାଡ଼ିଆନ ନୃତ୍ୟ, ସାନ୍ତାଳୀ ନୃତ୍ୟ, ରାୟଗଡ଼ାର ରେଞ୍ଜଡି, କଳାହାଣ୍ଡିର ବାଜାଶାଲ, ସ୍ଥାନୀୟ ଲୋକନୃତ୍ୟ । କଣ୍ଠଶିଳ୍ପୀ ରୋହନ ବିଶ୍ୱାଳଙ୍କ ସଙ୍ଗୀତ ପରିବେଷଣରେ ଝୁମିଥିଲେ ଦର୍ଶକ । ଦୂରଦୁରାନ୍ତରରୁ ମଣ୍ଡେଇ କାର୍ଯ୍ୟକ୍ରମରେ ଭାଗ ନେଇ କଳାକାରମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି  । କଳା ଓ ସାଂସ୍କୃତିର ଅପୂର୍ବ ମିଳନ ଦେଖିବାକୁ ମିଳିଛି ମଣ୍ଡେଇ ମଞ୍ଚରେ । ଅନ୍ୟପକ୍ଷରେ ପଲ୍ଲିଶ୍ରୀ ମେଳାରେ ନୂଆ ଘରକରଣା ଜିନିଷ କିଣିବା ସହିତ ଖାଦ୍ୟ ଷ୍ଟଲମାନଙ୍କରେ ସୁସ୍ଵାଦିଷ୍ଟ ଖାଦ୍ୟର ମଜା ନେଇଛନ୍ତି ଦର୍ଶକ । 
 

ଏହା ମଧ୍ୟ ପଢନ୍ତୁ - ଆରମ୍ଭ ହେଲା ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ ୨୦୨୩

ଇଟିଭି ଭାରତ,ନବରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.