ଟ୍ରେନ୍ ଦୁର୍ଘଟଣା ପରେ ଫସିଥିଲେ ଯାତ୍ରୀ, ଭୁବନେଶ୍ବରରୁ ବାଲେଶ୍ବର ଅଭିମୁଖେ ଗଡିବ 22ବସ୍

By

Published : Jun 3, 2023, 9:27 PM IST

thumbnail

ଭୁବନେଶ୍ବର: ଭୁବନେଶ୍ଵରରେ ଅଟକି ରହିଥିବା ଯାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସ୍ଵତନ୍ତ୍ର ବସ ନିୟୋଜିତ କରାଯାଇଛି। ଦକ୍ଷିଣ ଭାରତରୁ ଆସୁଥିବା ଟ୍ରେନଯାତ୍ରୀ ପାଇଁ ଭୁବନେଶ୍ୱରରୁ ଚାଲିଲା ସ୍ଵତନ୍ତ୍ର ବସ୍ । ମାଷ୍ଟର କ୍ୟାଣ୍ଟିନରୁ ବାଲେଶ୍ଵର ରୁଟରେ ଚାଲିଲା ୨୨ଟି ବସ୍। ମାଗଣାରେ ଯାତ୍ରା ସୁବିଧା ଉପଲବ୍ଧ କରାଯାଇଛି। ଏହା ମୁଖମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି। 

ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହି ଯାତ୍ରୀଙ୍କ ସୁବିଧାର ତଦାରଖ କରୁଛନ୍ତି। ଯେଉଁ ଯାତ୍ରୀ ମାନେ ଭୁବନେଶ୍ଵରରେ ଅଟକି ରହିଛନ୍ତି ବିଶେଷ କରି ଭଦ୍ରକ ଏବଂ ବାଲେଶ୍ଵର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ବସ ଯୋଗାଇ ଦିଆଯାଇଛି । ବାଲେଶ୍ଵର ବାହାନଗାଠାରେ ରେଳ ଦୁର୍ଘଟଣାକୁ ନେଇ ସାରା ଦେଶ ଏବଂ ଅନ୍ୟ ଦେଶ ମାନେ ଦୁଖଃ ପ୍ରକାଶ କରିଛନ୍ତି । ଗତକାଲି ଟ୍ରେନ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହାରି ମଧ୍ୟରେ ବାଲେଶ୍ବର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ବାୟୁସେନା ହେଲିକପ୍ଟର ଯୋଗେ ବାଲେଶ୍ବର ଆସି ସ୍ଥିତି ପରଖୁଛନ୍ତି ମୋଦି। 


ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.