ଡିସେମ୍ବର ୨୯ରେ ଖୋର୍ଦ୍ଧାରେ ଖୋଲିବ ଧାନ ମଣ୍ଡି

By ETV Bharat Odisha Team

Published : Nov 18, 2023, 9:55 PM IST

thumbnail

ଖୋର୍ଦ୍ଧା: ଚଳିତ ବର୍ଷର ଖରିଫ ଧାନ କିଣା ଡିସେମ୍ବର ୨୯ ତାରିଖରୁ ଆରମ୍ଭ ହେବ । ୧୫୪ ମଣ୍ଡିରେ ଧାନ ସଂଗ୍ରହ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ଖରିଫ ଧାନ କ୍ରୟ ପାଇଁ ଜିଲାରେ ୧୩୯ ସେବା ସମବାୟ ସମିତି ଓ ୧୫ ଉପକେନ୍ଦ୍ର ରହିଛି । ମୋଟ ୧୫୪ ମଣ୍ଡିରେ ଧାନ ସଂଗ୍ରହ ହେବ । ପ୍ରଥମ ପର୍ଯ୍ୟାୟରେ ୧୩ ଲକ୍ଷ ୧୧ ହଜାର ୭୬୪ କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବା ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ଧାନ ସଂଗ୍ରହ ସମୟ ସକାଳ ୮ରୁ ଦିନ ୨ଟା ପର୍ଯ୍ୟନ୍ତ ରହିବ ।

ଜିଲ୍ଲା ଯୋଗାଣ ଅଧିକାରୀ ସୁଗଡା ମୁର୍ମୁଙ୍କ ସୂଚନା ଅନୁଯାଇ, ଚଳିତ ବର୍ଷ ଡିସେମ୍ବର ୨୯ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହେବ। ଚଳିତବର୍ଷ ଜିଲ୍ଲାରେ ଚାଷୀ ପଞ୍ଜୀକରଣର ଏକ ଶତକଡ଼ା ୬ ପ୍ରତିଶତ ବୃଦ୍ଧି ପାଇଥିବା କହିଛନ୍ତି ଯୋଗାଣ ଅଧିକାରୀ । ଗତବର୍ଷ ଖରିଫରେ ୪୮ ହଜାର ୪୦୮ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ଏ ବର୍ଷ ଜିଲ୍ଲା ବ୍ୟାପି ୫୧ ହଜାର ୧୫୧ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ଜଣାପଡିଛି । ସେହି ପରି ଧାନର ଅଭାବୀ ବିକ୍ରି ଉପରେ ପ୍ରଶାସନ ବିଶେଷ ଧ୍ୟାନ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଗୁଆଁର ଚାଷ ଦେଇଛି ପରିଚୟ, ଅଭାବୀ ବିକ୍ରିକୁ ନେଇ ହତାଶ ଚାଷୀ

ଗତ ବର୍ଷ ମିଲ ଓ ସମବାୟ ସମିତିର କେତେକ ଅସାଧୁ କର୍ମଚାରୀଙ୍କ ଯୋଗୁ ଟୋକନ ପାଇଥିବା ଚାଷୀଙ୍କ ଧାନକୁ ମଣ୍ଡିରେ ଉଠୁନଥିବା ଅଭିଯୋଗ ହୋଇଥିଲା । ତେଣୁ ସେବା ସମବାୟ ସମିତି ଗୁଡ଼ିକ ଅଧିକ ଟାର୍ଗେଟ ଦେବାକୁ ଚାଷୀ ଦାବି କରିଥିଲେ । ଗତବର୍ଷ ପ୍ରତିଦିନ ୧୨ଶହ କୁଇଣ୍ଟାଲ ଧାନ ସଂଗ୍ରହ କରଯାଉଥିବା ବେଳେ ଚଳିତ ବର୍ଷ ୧୫ଶହ କୁଇଣ୍ଟାଲ ଧାନ ଉଠାଯିବ । ସେହିପରି ଧାନ ସଂଗ୍ରହ ସକାଳ ୮ରୁ ଦିନ ୨ଟା ପର୍ଯ୍ୟନ୍ତ ସମୟ ନିର୍ଘଣ୍ଟ ହୋଇଛି । ସେହିପରି ଚଳିତବର୍ଷ ଚାଷୀ ସେମାନଙ୍କର ଧାନ ସୁରୁଖୁରୁରେ ସରକାରଙ୍କୁ ବିକ୍ରି କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି । ଚାଷି କିଭଳି ଉପକୃତ ହେବେ ଓ ତାଙ୍କୁ ତାଙ୍କ ଶ୍ରମର ସଠିକ୍‌ ମୂଲ୍ୟ ମିଳିବ ସେ ଦିଗରେ ମଧ୍ୟ ଧ୍ୟନ ଦିଆଯିବ ।

ଇଟିଭି ଭାରତ ଖୋର୍ଦ୍ଧା

ଏହା ମଧ୍ୟ ପଢ଼ନ୍ତୁ....କୋରାପୁଟରେ ଅଳେଇଚ ଚାଷକୁ ନେଇ ନୂଆ ସମ୍ଭାବନା, ଲାଭବାନ ହେବେ ଚାଷୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.