୨ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ, ପ୍ରଶ୍ନ ନସରୁଣୁ ପାଟିରୁ ବାହାରୁଛି ଉତ୍ତର

By

Published : Apr 27, 2023, 5:31 PM IST

Updated : Apr 27, 2023, 5:41 PM IST

thumbnail

ଭବାନୀପାଟଣା: କୁହାଯାଏ ସଫଳତା ଦେଖେନି ବୟସ ସୀମା । ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଜାଂଶୁ ଶେଖର । ଦେଶ ବିଦେଶ, ଫୁଲ, ଫଳ ଓ ଗ୍ରହ ନକ୍ଷତ୍ର ସମ୍ପର୍କରେ ଉତ୍ତର ଦେଇ ଜାତୀୟ ଦରବାରରେ ସମ୍ନାନିତ ହୋଇପାରିଛନ୍ତି କଳାହାଣ୍ଡି ଜିଲ୍ଲାର ୨ ବର୍ଷର କୁନି ପୁଅ ତେଜାଂଶୁ ଶେଖର ସେଠୀ । ପିଲାଟିର ଏଭଳି ବିଚକ୍ଷଣ ପ୍ରତିଭା ଦେଖି ବାଃ ବାଃ ଦେଉଛନ୍ତି ସମସ୍ତେ ଆଉ ପୁଅର ସଫଳକୁ ନେଇ ମା' ବାପା ସହ ପୁରା ପରିବାର ଏବେ ବେଶ ଖୁସି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁର ଝସକେତନ ସେଠୀ ଜଣେ କନେଷ୍ଟବଳ ଭାବେ ଚାକିରି କରନ୍ତି ।  ବର୍ତ୍ତମାନ ସେ ଭବାନୀପାଟଣା ରିଜର୍ଭ ପୋଲିସର କାର୍ଯ୍ୟରତ ଥିବାବେଳେ ତାଙ୍କର ୨ ବର୍ଷର ପୁଅ ତେଜାଂଶୁ ଶେଖର ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ଜିଲ୍ଲାରେ ଚର୍ଚ୍ଚାର ପରିସରରକୁ ଆସିଛନ୍ତି । ତେଜାଂଶୁ  ୮ଟି ଗ୍ରହ, ୧୦ଟି ଗାଡି, ୧୨ଟି ଦେଶର ପତାକା, ୧୬ଟି ଜଳଜୀବ, ୫ଟି ଅଙ୍ଗ ଓ ୧୫ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାଁ କରିଛନ୍ତି । ଏତେ କମ ବୟସରେ ଏଭଳି ସଫଳତା ପାଇଥିବାରୁ ତେଜାଂଶୁ ଶେଖରଙ୍କ ପରିବାରକୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ । 

ଇଟିଭି ଭାରତ, କଳାହାଣ୍ଡି

Last Updated : Apr 27, 2023, 5:41 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.