thumbnail

By

Published : Aug 14, 2023, 9:56 PM IST

ETV Bharat / Videos

160 ଫୁଟର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ପୋଲିସ ଓ ଛାତ୍ରଛାତ୍ରୀ

ବାଲେଶ୍ବର: ରାତି ପାହିଲେ ଦେଶ ପାଳିବ 77 ତମ ସ୍ବାଧୀନତା ଦିବସ । ଏଥିପାଇଁ ଗାଁ ଠାରୁ ସହର ସବୁଠି ଉତ୍ସବର ମାହୋଲ । ଏହି ଅବସରରେ ବାଲେଶ୍ଵର ସହରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଆରଏସଏସ ପକ୍ଷରୁ ଫକୀର ମୋହନ କଲେଜ ନିକଟରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ସିଟି ଲାଇଫ ହୋଇ ସହର ପରିକ୍ରମା କରିଥିଲା । ଭାରତ ମାତା କି ଜୟ ନାରାରେ କମ୍ପି ଉଠିଥିଲା ସମଗ୍ର ପରିବେଶ । ସେହିପରି ଖଇରା ଅଞ୍ଚଳରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଏବଂ ସ୍କୁଲ,କଲେଜ ଛାତ୍ରଛାତ୍ରୀ ମାନେ 160 ଫୁଟ ତ୍ରିରଙ୍ଗା ଶୋଭାଯାତ୍ରା କରିଥିଲେ । ଖଇରା କଲେଜ ଠାରୁ ବଜାର ଦେଇ ତୋରାଣୀପଦା ଛକ ପର୍ଯ୍ୟନ୍ତ ଅଖଣ୍ଡ ଭାରତର ସଂକଳ୍ପ ଅଭିଯାନରେ ବିଶାଳ ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ବାହାରିଥିଲେ । ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀ, ପୋଲିସ ଏବଂ ସ୍ୱଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ । ଘର ଘର ତ୍ରିରଙ୍ଗା ନାରାରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା ।


ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.