ବିଜେଡିର ଆଦିବାସୀ କାର୍ଡ: ଏସଡିସିରେ ସାମିଲ ହେବ ଆଉ ୧୪ ଜିଲ୍ଲା - ଏସଡିସି ଉପଦେଷ୍ଟା ପ୍ରଦୀପ ମାଝୀ

🎬 Watch Now: Feature Video

thumbnail

By

Published : May 12, 2023, 8:05 AM IST

ନବରଙ୍ଗପୁର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆଦିବାସୀ କାର୍ଡ ଖେଳିବାକୁ ଯାଉଛି ବିଜେଡି । ସ୍ବତନ୍ତ୍ର ଉନ୍ନୟନ ପରିଷଦ(SDC)ରେ ସାମିଲ ହେବ ଆଉ ୧୪ ଜିଲ୍ଲା । ପୂର୍ବରୁ ୯ ଗୋଟି ଜିଲ୍ଲା SDCରେ ଥିବାବେଳେ ବର୍ତ୍ତମାନ ଏହା ୨୩କୁ ବୃଦ୍ଧି ପାଇବ । ଆଉ ୧୪ ଜିଲ୍ଲା ଏସଡିସିରେ ସାମିଲ କରାଇ ବିଜେଡି ଆଦିବାସୀ ଭୋଟବ୍ୟାଙ୍କ ହାତେଇବାକୁ ଲକ୍ଷ୍ୟ ରଖିଥିବା ଜଣାପଡୁଛି । ଆସନ୍ତା ୧୪ ତାରିଖରେ ଭୁବନେଶ୍ବର ସ୍ଥିତ ଆଦିବାସୀ ପଡିଆରେ ଏକ ମେଗା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଜିଲ୍ଲା ସଂଖ୍ୟା ବୃଦ୍ଧି କରିବା ନେଇ ଘୋଷଣା କରିବେ । SDCରେ ସାମିଲ ହେବା ପରେ ୨୩ ଜିଲ୍ଲାରେ ଆଦିବାସୀଙ୍କ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, କ୍ରୀଡା, କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବର୍ତ୍ତମାନ ନବରଙ୍ଗପୁର ନେତା ପ୍ରଦୀପ ମାଝୀ ଏସଡିସି ଉପଦେଷ୍ଟା ଦାୟିତ୍ବରେ ଅଛନ୍ତି । ୨୩ SDC ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଦୀପଙ୍କ ଉପରେ ଭରସା କରିଥିବାରୁ ସେ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ।  

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.