ପ୍ରଭୁ ରାମଲାଲାଙ୍କ ପାଇଁ ୧୨୬୫ କେଜିର ଲଡୁ - Delicious Laddu From Hyderabad
🎬 Watch Now: Feature Video


Published : Jan 17, 2024, 10:34 PM IST
ହାଇଦ୍ରାବାଦ: ଆସନ୍ତା ୨୨ ଜାନୁଆରୀ ରେ ଅଯୋଧ୍ୟା ରେ ପ୍ରଭୁ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଏହାକୁ ନେଇ ସାରା ଭାରତ ବର୍ଷ ରେ କୋଣ ଅନୁକୋଣେ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଛି । ବିଭିନ୍ନ ଭକ୍ତ ମାନେ ନିଜ ନିଜ ଢଙ୍ଗରେ ପ୍ରଭୁଙ୍କ ଉଦେଶ୍ୟରେ ନାନା ବିଧ ଉପହାର ପଠାଇବା ସହ ସେବା ମଧ୍ୟ କରୁଛନ୍ତି । ଏହି କ୍ରମରେ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦରେ ପ୍ରସ୍ତୁତ ହୋଇଛି ୧୨୬୫ କିଲୋଗ୍ରାମର ସ୍ବାଦିଷ୍ଟ ଲଡୁ । ଏଥିରେ 'ଜୟ ଶ୍ରୀରାମ' ଲେଖା ଯାଇଛି ।
ଏହା ମଧ୍ୟ ପଢନ୍ତୁ ... ଚର୍ଚ୍ଚାରେ ସୁରଟର ରାମଭକ୍ତଙ୍କ କାର, ଶ୍ରୀରାମଙ୍କ ସହ ରାମ ମନ୍ଦିର ହୋଇଛି ଚିତ୍ରିତ
ହାଇଦ୍ରାବାଦ ର ମିଠା କାରିଗର ଦୁଃଶାସନ ମଣ୍ଡଲ ଏହି ଲଡୁ କୁ ପ୍ରସ୍ତୁତ କରିଛନ୍ତି । ଏହାକୁ ୩୬ ଜଣ କାରିଗର ମିଶି ତିଆରି କରିଥିବା ବେଳେ ଏଥିପାଇଁ ୩୬ ଘଣ୍ଟା ର ସମୟ ଲାଗିଛି । ଏହି ବୃହତ ଲଡୁ ତିଆରିରେ ଚିନି, ବେସନ, ଘିଅ , କାଜୁ ,ତେଲ , ବାଦାମ, ପିସ୍ତା, ଜାଫ୍ରନ , ଅଳେଇଚ ଭଳି ନାନା ଦ୍ରବ୍ୟ ବ୍ୟବହୃତ ହୋଇଛି । ଏହି ଲଡୁକୁ ଅଯୋଧ୍ୟା ରାମ ମନ୍ଦିରକୁ ଅର୍ପଣ ଉଦେଶ୍ୟରେ ଏକ ରେଫ୍ରିଜିରେଟର ଗ୍ଲାସ ବକ୍ସରେ ବନ୍ଦ କରି ପଠାଯାଇଛି । ଏହି ଲଡୁକୁ ଶ୍ରୀରାମ କ୍ୟାଟେରିଙ୍ଗ ସର୍ଭିସେସ ତିଆରି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ