thumbnail

Uttarakhand: ଆଖି ପିଛୁଳାକେ ଭାସିଗଲା ୧୦୦ବର୍ଷ ପୁରୁଣା ହନୁମାନ ମନ୍ଦିର

By

Published : Aug 15, 2023, 10:33 PM IST

ଡେରାଡୁନ: ବର୍ତ୍ତମାନ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଜଳ ପ୍ରଳୟର ତାଣ୍ଡବ ଦେଖିବାକୁ ମିଳୁଛି । ତେବେ ଏହି ଚିତ୍ର ହେଉଛି ଉତ୍ତରାଖଣ୍ଡ ଶ୍ରୀନଗରର ଫରାସୁଠାରେ ଥିବା ଏକ ବହୁ ପୁରାତନ ହନୁମାନ ମନ୍ଦିରର । ଶ୍ରୀନଗର ଜଳ ବିଦ୍ୟୁତ୍ ପ୍ରକଳ୍ପ ଦ୍ବାରା ସୃଷ୍ଟି ହୋଇଥିବା ହ୍ରଦ ଅବକ୍ଷୟ ଯୋଗୁଁ ୧୦୦ ବର୍ଷ ପୁରୁଣା ହନୁମାନ ମନ୍ଦିର ସହିତ ଏକ ଶହ ଶହ ବର୍ଷର ପୁରୁଣା ବରଗଛ ଆଖି ପିଛୁଳାକେ ହ୍ରଦରେ ମିଶିଗଲା । ଏହି ସମୟରେ ସେଠାରେ ଉପସ୍ଥିତ ଲୋକମାନେ ଏହି ଭୟଙ୍କର ଦୃଶ୍ୟର ଭିଡିଓ ଉତ୍ତୋଳନ କରିଛନ୍ତି । ପ୍ରକାଶଯୋଗ୍ୟ, ଏହି ପୁରାତନ ମନ୍ଦିରରେ ଥିବା ହନୁମାନଙ୍କ ମୂର୍ତ୍ତିକୁ କିଛି ବର୍ଷ ପୂର୍ବରୁ ନୂତନ ଏକ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା । ତେବେ ବର୍ତ୍ତମାନ ସେହି ପାଖାପାଖି ଅଞ୍ଚଳରେ ରହୁଥିବା ପରିବାର ମଧ୍ୟ ବିପଦରେ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Uttarakhand rain disaster: ପ୍ରାକୃତିକ ବିପର୍ଯ୍ୟୟରେ ବେହାଲ ଉତ୍ତରାଖଣ୍ଡ, ଭାଙ୍ଗିଲା ହୋଟେଲ ଭାସିଲେ ଲୋକେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.