ମାଲକାନଗିରିରେ ୮୭ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ - ପୋଲିସ ପ୍ରତିଷ୍ଠା ଦିବସ
🎬 Watch Now: Feature Video
ମାଲକାନଗିରି: ଜିଲ୍ଲା ପୋଲିସ ପ୍ୟାରେଡ଼ ପଡିଆ ଠାରେ ଆଜି ୮୭ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ୧୯୩୬ ମସିହାରେ ଓଡିଶାରେ ପୋଲିସ ବିଭାଗକୁ ସ୍ଵତନ୍ତ୍ର ଭାବେ ଗଠନ କରାଯାଇଥିଲା । ସେହିଦିନ ଠାରୁ ଏପ୍ରିଲ ୧ ତାରିଖକୁ ପୋଲିସ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିଶ ୱାଧୱାନି, ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଏସଏଫ କମାଡେଣ୍ଟ ଓ ବହୁ ବରିଷ୍ଠ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ପ୍ୟାରେଡ଼ ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ । ଚଳିତ ବର୍ଷ ଯେଉଁ ପୋଲିସ ଅଧିକାରୀ ମାନେ ପୋଲିସ ବିଭାଗ ପାଇଁ ନିଷ୍ଠାର ସହ କର୍ତ୍ତବ୍ୟ ପ୍ରତିପାଦନ କରିଛନ୍ତି ସେମାନଙ୍କୁ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST