thumbnail

Municipal Election: ଶାନ୍ତି ଶୃଙ୍ଖଳା ସହ ସରିଲା ନିର୍ବାଚନ

By

Published : Mar 24, 2022, 10:20 PM IST

Updated : Feb 3, 2023, 8:20 PM IST

ବଲାଙ୍ଗୀର: ବଲାଙ୍ଗୀର ଶାନ୍ତି ଶୃଙ୍ଖଳା ସହ ସରିଲା ପୌର ଭୋଟ। ଜିଲ୍ଲାରେ 68 ପ୍ରତିଶତ ମତଦାନ ହୋଇଛି । ଛୋଟ ମୋଟ ବିଶୃଙ୍ଖଳାକୁ ଛାଡି ଦେଲେ ଜିଲ୍ଲାରେ ଭୋଟ ଗ୍ରହଣ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାରେ ସରିଛି। ଆଜି ସକାଳୁ ବଲାଙ୍ଗୀର ଜିଲ୍ଲାର ପାଞ୍ଚଟି ପୌରାଞ୍ଚଳରେ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷ ହୋଇଛି । ତେବେ ଜିଲ୍ଲା ସହରାଞ୍ଚଳରେ ଏଥର ମୋଟ 68.78 ପ୍ରତିଶତ ମତଦାନ ହୋଇଛି । ଯେଉଁଥିରେ ତୁଷୁରା ଏନଏସିରେ ସର୍ବାଧିକ 81ପ୍ରତିଶତ ମତଦାନ ହୋଇଛି । ସେହିପରି ବଲାଙ୍ଗୀର ପୌରାଞ୍ଚଳରେ ସର୍ବନିମ୍ନ 59.57 ପ୍ରତିଶତ ମତଦାନ ହୋଇଛି । ଏହାଛଡା ପାଟଣାଗଡ ଏନଏସିରେ 70.43 ପ୍ରତିଶତ, ଟିଟିଲାଗଡରେ 62.41ପ୍ରତିଶତ ଓ କଣ୍ଟାବାଞ୍ଜି ରେ 70.48 ପ୍ରତିଶତ ମତଦାନ ହୋଇଛି। ବଲାଙ୍ଗୀରରୁ ଏସକେ ୱାହିଦ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.