ପୌର ଫାଇଟ: ମହିଳା ଦିବସରୁ କଂଗ୍ରେସର ପ୍ରଚାର ଆରମ୍ଭ - ଓଡିଶା କଂଗ୍ରେସ ନିର୍ବାଚନ ପ୍ରଚାର ନ୍ୟୁଜ

🎬 Watch Now: Feature Video

thumbnail

By

Published : Mar 8, 2022, 8:20 PM IST

Updated : Feb 3, 2023, 8:19 PM IST

ଭୁବନେଶ୍ବର: ମହିଳା ଦିବସରେ କଂଗ୍ରେସ ଆରମ୍ଭ କଲା ନିର୍ବାଚନୀ ପ୍ରଚାର । ଭୁବନେଶ୍ବର ଆଇଜି ପାର୍କ ଓ କ୍ୟାପିଟାଲ ହସ୍ପିଟାଲରେ ଫଳ ବଣ୍ଟନ ପରେ 2 ନମ୍ବରରେ ଥିବା 27 ନମ୍ଵର୍ ୱାର୍ଡରେ ପ୍ରଚାର ଆରମ୍ଭ କରିଛି ଦଳ । ୱାର୍ଡକୁ ୱାର୍ଡ ବୁଲି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି ମଧୁସ୍ମିତା । ବସ୍ତିବାସୀ ବର୍ଷା ଦିନେ ଜଳ ସମସ୍ୟା ଓ ସ୍ବରେଜ ଅବ୍ୟବସ୍ଥାକୁ ନେଇ ନିର୍ବାଚନ ମୁଦ୍ଦା କରିଛନ୍ତି ମଧୁ । ଏ ପ୍ରଚାରରେ ଛାତ୍ର, ଯୁବ, ମହିଳା କଂଗ୍ରେସ ସହ କିଛି କର୍ପୋରେଟର ପ୍ରାର୍ଥୀ କ୍ୟାମ୍ପେନ୍‌ରେ ସାମିଲ ହୋଇଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ୍ ରାଉତରାୟ, ଭୁବନେଶ୍ବର ଜିଲା ସଭାପତି ବିଶ୍ବଜିତ୍ ଦାସ, ମୁଖପତ୍ର ରଶ୍ମୀ ମହାପାତ୍ରଙ୍କ ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଚାରର ମଙ୍ଗ ଧରିଛନ୍ତି । ଭୁବନେଶ୍ବରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.