thumbnail

By

Published : Mar 30, 2022, 7:34 PM IST

Updated : Feb 3, 2023, 8:21 PM IST

ETV Bharat / Videos

ମହିଳାଙ୍କ ଫୋନ ନେଇଗଲା ମାଙ୍କଡ, କଲ୍ ରିସଭ୍ କରି କହିଲା ହ୍ୟାଲୋ !

ପୁଡୁଚେରୀ: ସବୁଦିନ ଭଳି ପୁଡୁଚେରୀର ଫାର୍ମର୍ସ ମାର୍କେଟର ପଇଡ ଦୋକାନରେ ଜମିଥିଲା ଲୋକଙ୍କ ଭିଡ । ହଠାତ୍ ମାଙ୍କଡ ଆସି ପଇଡ ନୁହେଁ, ନେଇଯାଇଥିଲା ଜଣେ ମହିଳା ବ୍ୟବସାୟୀଙ୍କ ସେଲ୍ ଫୋନ୍ । ଏହାପରେ ଉପସ୍ଥିତ ଲୋକେ ଜୋରରେ ପାଟି କରିଥିଲେ । ଫଳରେ ଗଛର ବହୁତ ଉପରକୁ ଚଢି ଯାଇଥିଲା ମାଙ୍କଡ । ଉପସ୍ଥିତ ଲୋକେ ମାଙ୍କଡକୁ ଫୋନ୍ ଫେରାଇ ଦେବାକୁ କହିଥିଲେ ମଧ୍ୟ ଶୁଣିନଥିଲା । ସବୁଠୁ କୌତୁହଳର କଥା ହେଉଛିକି, ଯେତେବେଳେ ଫୋନ୍ ରିଙ୍ଗ ହୋଇଥିଲା ମାଙ୍କଡ ରିସିଭ୍ କରି କଥା ହେବାକୁ ଚେଷ୍ଟା କରିଥିଲା । ଏହାକୁ ଦେଖି ତାଜୁବ ହୋଇ ଯାଇଥିଲେ ଉପସ୍ଥିତ ଲୋକେ । ପରବର୍ତ୍ତୀ ସମୟରେ ମାଙ୍କଡ ତଳକୁ ଆସି ଫୋନ ଫେରାଇ ଦେଇଥିବା ଜଣାପଡିଛି । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.