ହାତ ଗୋଡ ବାନ୍ଧି ସୁନା ଓ ରୂପା ଅଳଙ୍କାର ଲୁଟ - ରାୟଗଡା ସାଇପ୍ରିୟା ନଗର ଡକାୟତି
🎬 Watch Now: Feature Video
ରାୟଗଡା: ରାୟଗଡା ସହରର ସାଇପ୍ରିୟା ନଗରରେ ହୋଇଛି ବଡଧରଣର ଡକାୟତି । ଏମ. ଭେଙ୍କେଟ ରାବନା ନାମକ ବ୍ୟକ୍ତିଙ୍କ ଘରୁ ବିଳମ୍ବିତ ରାତିରେ ୨୫ ଭରି ସୁନା ଅଳଙ୍କାର ସମେତ ରୁପା ଅଳଙ୍କାର, ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ ଲୁଟ କରିଛନ୍ତି ଡକାୟତ । ପ୍ରାୟ ୧୦ ଜଣ ଡକାୟତ ଘର ଝରକା ଭାଙ୍ଗି ଘରେ ପଶି ଗୃହ ମାଲିକ ଏମ. ଭେଙ୍କଟ ରାଓଙ୍କ ସମେତ ପରିବାର ସଦସ୍ୟଙ୍କ ଗୋଡ଼ ଓ ହାତ ବାନ୍ଧି ଏହି ଲୁଟ କରିଛନ୍ତି । ମାରଣାସ୍ତ୍ର ଦେଖାଇ ୮ ଜଣ ଘର ଭିତରେ ଡକାୟତି କରିଥିବା ବେଳେ ଘର ବାହାରେ ୨ ଜଣ ଜଗିଥିଲେ । ରାୟଗଡା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST