ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ମେୟର ଭୁବନେଶ୍ବରର ବିକାଶ କରିବେ: ମନ୍ତ୍ରୀ ଅଶୋକ ପଣ୍ଡା

By

Published : Apr 9, 2022, 2:51 PM IST

Updated : Feb 3, 2023, 8:22 PM IST

thumbnail
ଭୁବନେଶ୍ବର: ଆଜି ଭୁବନେଶ୍ବର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ସରିଛି । ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡିର ମଞ୍ଜୁଲତା କହଁର । ଅନ୍ୟପଟେ ଆଜି ବିଏମସିର ପ୍ରଥମ ମହିଳା ମେୟର ଭାବେ ସୁଲୋଚନା ଦାସ ଶପଥ ନେଇଛନ୍ତି । ଏହାକୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ପୁଣିଥରେ ଭୁବନେଶ୍ବରର ସେବା ପାଇଁ ବିଜେଡିକୁ ସୁଯୋଗ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦିଗଦର୍ଶନକୁ ଭିତ୍ତି କରି ମେୟର, ଡେପୁଟି ମେୟର ଓ କର୍ପୋରେଟରମାନେ ମହାନଗର ନିଗମର ଉନ୍ନତି କରିବେ ଓ ଏହାକୁ ବିକାଶ ପଥରେ ଆଗେଇ ନେବେ । ପୁରୁଷଙ୍କୁ ଅଗ୍ରାଧିକାର ମିଳିବ ବୋଲି କୁହାଯାଇଥିବା ବେଳେ ମେୟର ଓ ଡେପୁଟି ମେୟର ମହିଳା ହୋଇଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦଳର ଆସ୍ଥା ରହିଛି । ମୁଖ୍ୟମନ୍ତ୍ରୀ ଯାହାକୁ ବାଛିଲେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଉ କେହି ଜଣେ ବି ନାମାଙ୍କନ ପତ୍ର ଭରିନଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ଦଳର ଆସ୍ଥା ଥିବା ଏଥିରୁ ସ୍ପଷ୍ଟ ହେଉଛି । ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭ ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.