ଲୁଚିକି ଯୁବକ କରୁଥିଲା ଦ୍ବିତୀୟ ବିବାହ, ମଣ୍ଡପରେ ଛେଚିଦେଲା ପତ୍ନୀ - ଛତିଶଗଡ଼ରେ ସ୍ବାମୀକୁ ପିଟିଲା ପତ୍ନୀ
🎬 Watch Now: Feature Video
ଛତିଶଗଡ଼: ପ୍ରଥମ ପତ୍ନୀ ଥାଉଥାଉ ଦ୍ବିତୀୟ ବିବାହ କରୁଥିଲେ ଯୁବକ । ଖବର ପାଇ ବିବାହ ମଣ୍ଡପରେ ପହଞ୍ଚିଗଲେ ପ୍ରଥମ ପତ୍ନୀ । ପତ୍ନୀ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ଥାନାରେ ଅଭିଯୋଗ କରିଥିଲେ । ଛତିଶଗଡ଼ ଯାଞ୍ଜଗିରି ଚମ୍ପା ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଥିବା ଶିବରୀନାରାୟଣ ମଠ ମନ୍ଦିରରେ ଯୁବକ ଦ୍ବିତୀୟ ବିବାହ କରୁଥିଲେ । ପୂର୍ବରୁ ୨୦୧୭ ମସିହାରେ ମେ ୭ ତାରିଖରେ ଯୁବକ ଜଣକ ବିବାହ କରିଥିଲେ । ତେବେ ବାହାଘରର ଏକ ମାସ ପରେ ହିଁ ଦୁଇ ଲକ୍ଷ ଟଙ୍କା ଓ ବାଇକ ଯୌତୁକ ଆଣିବା ପାଇଁ ଯୁବକ ଜଣକ ନିଜ ପତ୍ନୀକୁ ବାପ ଘରେ ଛାଡ଼ି ଦେଇ ଆସିଥିଲା । ଏହାକୁ ନେଇ ମହିଳାଙ୍କ ପରିବାର ଲୋକେ ଅଭିଯୋଗ ମଧ୍ୟ କରିଥିଲେ । ତେବେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଛାଡ଼ପତ୍ର ହୋଇନଥିବାରୁ ମହିଳା ଜଣକ ସ୍ବାମୀଙ୍କ ବିବାହ ଆଉ କାହା ସାଥିରେ ହେବାକୁ ଦେବେ ନାହିଁ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST