ଭୋର ୫ଟାରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ଉଠିଲା ମହାଦୀପ - ବାବା ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ
🎬 Watch Now: Feature Video
ଭଦ୍ରକ: ସୋମବାର ପବିତ୍ର ମହାଶିବରାତ୍ରୀ ଅବସରରେ ବାବା ଆଖଣ୍ଡଳମଣିଙ୍କ ପୀଠ ବେଶ ଚଳଚଞ୍ଚଳ ହୋଇପଡିଥିଲା । ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିବା ପରେ ମଧ୍ୟାହ୍ନ ନୀତି, ଯୋଗୀବେଶ, ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁଯାୟୀ ମଣିବାବାଙ୍କ ପାଖରୁ ଆଜ୍ଞାମାଳ ଓ ନୂଆନେତ ଆସିବା ପରେ ସେବାୟତଙ୍କ ଦ୍ଵାରା ମନ୍ଦିର ଚୂଡ଼ାରେ ଏବଂ ନୂଆ ଚାନ୍ଦୁଆ ଗର୍ଭଗୃହରେ ଲାଗି କରାଯାଇଥିଲା । ମହାଶିବରାତ୍ରି ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମାପନ ହେବା ସହ ରାତି ୨ଟାରେ ସୁନାବେଶ ସମ୍ପନ୍ନ ହୋଇଥିଲା। ଶେଷରେ ଭୋର ୫ଟା ଟାରେ ମନ୍ଦିର ଚୂଡ଼ାକୁ ଉଠିଥିଲା ମହାଦୀପ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:18 PM IST