ପୌର ଫାଇଟ: ଛାଡ଼ିଲେ ସରକାରୀ ଚାକିରି, ଲଢ଼ିବେ ପୌର ନିର୍ବାଚନ - କୋଣାର୍କରେ ପୌର ନିର୍ବାଚନ ପାଇଁ ଚାକିରି ଛାଡିଲେ ଯୁବତୀ
🎬 Watch Now: Feature Video
ପୁର: ପୌର ନିର୍ବାଚନରେ ଉଚ୍ଚ ଶିକ୍ଷିତା ଯୁବତୀ । ଚର୍ଚ୍ଚାରେ କୋଣାର୍କର ଲିପ୍ସା ବେହେରା । ସରକାରୀ ଚାକିରି ଛାଡ଼ି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । NAC ଅଧ୍ୟକ୍ଷ ପଦ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଲିପ୍ସା । ପୁରୀ ଜିଲ୍ଲାର କୋଣାର୍କ ଏନଏସି ନିର୍ବାଚନ ପାଇଁ ଅଧ୍ୟକ୍ଷ ପଦ ପାଇଁ ନାମାନଙ୍କ ପତ୍ର ଦାଖଲ କରିଛନ୍ତି କୋଣାର୍କର ଲିପ୍ସା ବେହେରା । ଲିପ୍ସା ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ ସରକାରୀ ଶିକ୍ଷକ ଚାକିରି ଛାଡି ଦେଇଛନ୍ତି । କୋଣାର୍କ ଅଞ୍ଚଳର ବିକାଶ ପାଇଁ ସେ ରାଜନୀତିକୁ ରାସ୍ତା ଭାବେ ଗ୍ରହଣ କରିଛନ୍ତି । କୋଣାର୍କ NACର 10 ନମ୍ବର ୱାର୍ଡର ମାଧିପୁରର ବାସିନ୍ଦା ମନୋରମା ବେହେରା ଓ ସ୍ୱର୍ଗତ ଜୟନ୍ତ କୁମାର ବେହେରା ଝିଅ ହେଉଛନ୍ତି ଲିପ୍ସା ବେହେରା । ଲିପ୍ସାଙ୍କ ପରିବାର ଲୋକ ସମାଜସେବା କରି ଆସୁଛନ୍ତି । ପୌର ନିର୍ବାଚନ ତାରିଖ ଘୋଷଣା ପରେ ସେ ଚାକିରି ଛାଡି NACର ଅଧ୍ୟକ୍ଷ ପଦ ପାଇଁ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିବେ । ସେ ଛତା ଚିହ୍ନରେ ଲଢ଼ିବେ । ତାଙ୍କୁ ନିଶ୍ଚିତ ଲୋକେ ବିପୁଳ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଆଶା ରଖିଛନ୍ତି ଲିପ୍ସା ବେହେରା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:18 PM IST
TAGGED:
Election 2022