ମହଙ୍ଗା ହେଉଛି ଖାଇବା ତେଲ ! କଳାବଜାରୀ ଉପରେ ନଜର ଅଛି କହିଲେ ଖୋର୍ଦ୍ଧା ଜିଲ୍ଲାପାଳ - ଖାଇବା ତେଲ ମହଙ୍ଗା ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରତିକ୍ରିୟା
🎬 Watch Now: Feature Video
ଖୋର୍ଦ୍ଧା : ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଓଡ଼ିଶାର ଖାଉଟିଙ୍କ ଉପରେ ପଡ଼ିଛି । ଯୁଦ୍ଧ ପାଇଁ ବିଶେଷ କରି ଖାଇବା ତେଲ ଦର ବଢିଛି । ବ୍ୟବସାୟୀ ମହାସଂଘ ତୁରନ୍ତ ଏ ଦିଗରେ ବୈଠକ ଡାକିବାକୁ ଅପିଲ କରିଥିବାବେଳେ ବିଭାଗୀୟ ମନ୍ତ୍ରୀ ମଧ୍ୟ ଏହା ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯେପରି ଖାଇବା ତେଲ ଦରବୃଦ୍ଧି ଉପରେ ରୋକ ଲଗାଯାଇ ପାରିବ । ସେନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସହ ଅସାଧୁ ବ୍ୟବସାୟୀଙ୍କ ଉପରେ ନଜର ରଖିବାକୁ କହିଛନ୍ତି । ସେହିପରି ଦିନେ ଦୁଇଦିନ ଭିତରେ ବୈଠକ ଡାକିବା ସହ କଳାବଜାରୀ ଉପରେ ନଜର ରଖିଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Feb 3, 2023, 8:18 PM IST