thumbnail

By

Published : Jul 20, 2020, 1:10 PM IST

ETV Bharat / Videos

ଖାକିରେ ଦାଗ; ସବଇନ୍ସପେକ୍ଟରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ଏସଆଇ

ଜଗତସିଂହପୁର: ଜିଲ୍ଲାର ପାରାଦୀପ ସ୍ଥିତ ଏକ ଥାନାରେ ପୋଲିସ ଇନସ୍ପେକ୍ଟର ଭାବେ କାର୍ଯ୍ୟରତ ଜଣେ ପୋଲିସ ବାବୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ପୋଲିସ ଏସଆଇ। ଅଭିଯୋଗ ମୁତାବକ ଗତବର୍ଷ ପୁରୀ ରଥଯାତ୍ରା ସମୟରେ ପୁରୀକୁ ରଥଯାତ୍ରା ଡ୍ୟୁଟି କରିବା ପାଇଁ ଯାଇଥିଲେ । ସେ ସମୟରେ ମୟୂରଭଞ୍ଜ ଜିଲ୍ଲାର ଏକ ଥାନାର ଜଣେ ମହିଳା ଏସଆଇ ସେଠାରେ ଦେଖା ହୋଇଥିଲେ। ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ। ଏମିତିକି ପୋଲିସ ବାବୁ ଜଣକ ବିବାହର ପ୍ରତିଶ୍ରୁତି ଦେଇ କଟକ ଓ ଭୁବନେଶ୍ବରର କେତେକ ହୋଟେଲରେ ସ୍ଵାମୀ ଓ ସ୍ତ୍ରୀ ଭାବେ ପରିଚୟ ଦେଇ ରହିଥିଲେ। ପରେ ମହିଳା ଏସଆଇ ଜଣକ ଗର୍ଭବତୀ ହେବାରୁ ପୋଲିସ ବାବୁ ଜଣକ ଗର୍ଭପାତ ମଧ୍ୟ କରାଇଥିଲେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.