ETV Bharat / entertainment

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ଖୁସିବ୍ୟକ୍ତ କଲେ ସେଲିବ୍ରିଟି - ODIA CELEBS ON STATE FILM AWARDS

ଦୀର୍ଘ ଦିନର ଅପେକ୍ଷା ପରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିବା ବେଳେ ମନୋନୀତ ହୋଇଛନ୍ତି ଅନେକ କଳାକାର । ଯାହାକୁ ନେଇ ଏବେ ଖୁସିବ୍ୟକ୍ତ କରିଛନ୍ତି ସିନେ ସେଲିବ୍ରିଟି ।

ODIA CELEBS ON STATE FILM AWARDS
ODIA CELEBS ON STATE FILM AWARDS (ETV Bharat Odisha)
author img

By ETV Bharat Odisha Team

Published : Nov 15, 2024, 3:29 PM IST

ଭୁବନେଶ୍ୱର: ଗତକାଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଏହି ଆୱାର୍ଡ ଶୋ ଆସନ୍ତା 17 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଚଳିତ ଥର ଗତ 3 ବର୍ଷ ଅର୍ଥାତ ୨୦୨୦,୨୧ ଓ ୨୨ ପାଇଁ ପୁରସ୍କାର ଦିଆଯିବ । ଯାହାକୁ ନେଇ ଓଡ଼ିଆ ସିନେ ସେଲିବ୍ରିଟି ବେଶ ଉତ୍ସାହିତ ରହିଛନ୍ତି । ନିର୍ଦ୍ଦେଶକ ଅନନ୍ତ ମହାପାତ୍ରଙ୍କୁ ‘ଜୀବନ ବ୍ୟାପୀ ସାଧନା ସମ୍ମାନ’ ପୁରସ୍କାର, ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପାଇବେ ବରିଷ୍ଠ ଚିତ୍ରତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର । ସେହିପରି ପ୍ରତୀକ୍ଷା ସିନେମାକୁ ରାଜ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିବାକୁ ଦିଆଯାଇଥିବା ବେଳେ 'ଦମନ' ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଓଲିଉଡ ଅଭିନେତା ବାବୁସାନ ମହାନ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯିବ । ତେବେ ବର୍ତ୍ତମାନ ଏହି ପୁରସ୍କାର ଘୋଷଣା ପରେ ସିନେ ଇଣ୍ଡଷ୍ଟିରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ମନୋନୀତ କଳାକାର ଖୁସିବ୍ୟକ୍ତ କରିବା ସହ ଓଡ଼ିଶାବାସୀ ଏବଂ ରାଜ୍ୟସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନିର୍ଦ୍ଦେଶକ ଅନନ୍ତ ମହାପାତ୍ରଙ୍କ ପ୍ରତିକ୍ରିୟା

ODIA CELEBS ON STATE FILM AWARDS (ETV Bharat Odisha)

ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ‘ଜୀବନ ବ୍ୟାପୀ ସାଧନା ସମ୍ମାନ’ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ତେବେ ଏହି ପୁରସ୍କାର ଘୋଷଣା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ''ବିଳମ୍ୱରେ ହେଲେ ବି ଏହି ପୁରସ୍କାର ଦିଆଗଲା । ବହୁତ ଭଲ କଥା । ମୋର ବିଶ୍ୱାସ ଏହି ପୁରସ୍କାର ଏବଂ ପ୍ରୋତ୍ସାହନ ଦେବା ଏହା ସରକାରଙ୍କ ଦାୟିତ୍ୱ । ଏହା ପ୍ରତିବର୍ଷ ହେବା ଦରକାର । ପୁରସ୍କାର ପାଇବା, ପୁରସ୍କାର ଗ୍ରହଣ କରିବା ଏବଂ ପୁରସ୍କାର ମର୍ଯ୍ୟାଦା ରଖିବା ଏହା ସବୁଠୁ ବଡ଼ । ଏହା ସମାଜକୁ ଭଲ ଫିଲ୍ମ ପାଇଁ ଲୋକଙ୍କୁ ପୁରସ୍କାର ଦିଆଯାଉଛି । ଯଦି ଭଲ ଫିଲ୍ମ ହେବ ଲୋକକୁ ଦେଖିବେ ତେବେ ଭବିଷ୍ୟତରେ ଓଡ଼ିଆ ଇଣ୍ଡଷ୍ଟ୍ରି ପୁଣି ବେଶ ଉପଲବ୍ଧି ହାସଲ କରିପାରିବ ।''

ଯୁବପିଢିଙ୍କୁ ଏହା ଦେଲେ ପରାମର୍ଶ

କ୍ୟାରିଅର ବିଷୟରେ ସେ କହିଛନ୍ତି, ''1958ରେ 'ମାଆ' ଫିଲ୍ମରୁ ମୁଁ ଓଲିଉଡରେ କାମ କରିଥିଲି । ମାଣିକଯୋଡ଼ି, ସୂର୍ଯ୍ୟମୁଖୀ 1965ରେ ବତୀଘର ଯାହା ଜାତୀୟ ପୁରସ୍କାର ପାଇଥିଲା । ଏବେ ଆଗାମୀ ଆସୁଛି ଭାବାନ୍ତର, ସ୍ମୃତି(ଡିସେମ୍ୱର ରିଲିଜ ହେବ) ଏବଂ ସତୀ(ଆସନ୍ତାବର୍ଷ ସୁଟିଂ ଆରମ୍ଭ ହେବ) ।' ଯୁବପିଢିଙ୍କୁ ନେଇ ପରାମର୍ଶ ଦେଇ କହିଛନ୍ତି, 'ନିଷ୍ଠା, ଏକାଗ୍ରତା ସହ ସମାଜ ପାଇଁ କିଛି କରିବା ଭାବି କାମ କର । ସଫଳତା ହାସଲ କରିବ ।''

ବରିଷ୍ଠ ଚିତ୍ରତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ରଙ୍କ ପ୍ରତିକ୍ରିୟା

ସେହିପରି ବରିଷ୍ଠ ଚିତ୍ରତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପାଇବେ । ପୁରସ୍କାର ନେଇ ସେ ଖୁସିବ୍ୟକ୍ତ କରି କହିଛନ୍ତି, ''ମୁଁ ବହୁତ ଖୁସି । ଏତେ ବର୍ଷ ପରେ ମୋ କାମକୁ ଏବଂ ମୋତେ ଚିହ୍ନିଲେ ତାହା ମୋ ପାଇଁ ବଡ଼ କଥା । ପ୍ରଥମ ଥର ଲୋକଙ୍କୁ ଖୋଜି ଖୋଜି ପୁରସ୍କାର ଦିଆଯାଉଛି । ଏହା ବହୁତ ବଡ଼ ଉତ୍ସାହଜନକ କଥା । ଲୋକମାନଙ୍କୁ ଭଲଲାଗିବ ପୁରସ୍କାର ପାଇବା ପାଇଁ ନୁହେଁ । ପୁରସ୍କାର ପାଇବା ପାଇଁ ଯାହା ଦରକାର ତାହା ଦେବା ପାଇଁ ଲୋକେ ଆଗକୁ ଆସିବେ ।''

ଏହା ମଧ୍ୟ ପଢନ୍ତୁ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: କିଏ ହାତେଇଲେ କେଉଁ ପୁରସ୍କାର ?

ଓଲିଉଡ ଅଭିନେତା ବାବୁସାନ ମହାନ୍ତିଙ୍କ ପ୍ରତିକ୍ରିୟା

2022ରେ ରିଲିଜ ହୋଇଥିବା ଫିଲ୍ମ 'ଦମନ' ପାଇଁ ଅଭିନେତା ବାବୁସାନ ମହାନ୍ତିଙ୍କୁ ମିଳିବ ଶ୍ରେଷ୍ଠ ଅଭିନେତା ପୁରସ୍କାର । ଯାହାକୁ ନେଇ ଅଭିନେତା ପ୍ରତିକ୍ରିୟା ଦେଇ ଖୁସିବ୍ୟକ୍ତ କରିଛନ୍ତି ଏବଂ ସେ ଏହି ଆୱାର୍ଡର ଶ୍ରେୟ ସାରା ଓଡ଼ିଶାବାସୀଙ୍କୁ ଦେଇଛନ୍ତି । ବାବୁସାନ କହିଛନ୍ତି, ''ଦମନ ପାଇଁ ମୋତେ ଯୋଗ୍ୟ ଭାବିଥିବାରୁ ମୁଁ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ଧନ୍ୟବାଦ ଜଣାଉଛି । ଦମନ ପଛରେ ସବୁଟାରୁ ବଡ଼ ହାତ ଥିଲା ଓଡ଼ିସାବାସୀଙ୍କର । ଭିନ୍ନ ଧାରାର ଫିଲ୍ମକୁ ଲୋକେ ଏତେ ପସନ୍ଦ କରାଇଲେ ଏବଂ ହିଟ୍ କରାଇଲେ । ଯାହା ଫଳରେ ଫିଲ୍ମକୁ ଜାତୀୟ ପୁରସ୍କାର ଏବଂ ଏବେ ରାଜ୍ୟ ପୁରସ୍କାର ମିଳିଛି । ବହୁତ ଖୁସି ଲାଗେ । ଆଗକୁ ଆହୁରି ଭଲ କାମ କରିବା ପାଇଁ ଏକ ବଡ଼ ଦାୟିତ୍ୱ କହିଲେ ଚଳେ । ମୁଁ ବହୁତ ଖୁସି ଅଛି । ଏଥିସହ ସେ ସମସ୍ତ ମନୋନୀତ କଳାକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।''

ଗୀତିକାର ପଞ୍ଚାନନ ନାୟକଙ୍କ ପ୍ରତିକ୍ରିୟା

ଶ୍ରେଷ୍ଠ ଗୀତିକାର ଭାବେ ପଞ୍ଚାନନ ନାୟକ ମନୋନୀତ ହୋଇଥିବା ବେଳେ ସେ ପ୍ରତିକ୍ରିୟାରେ କହିଛନ୍ତି, ''2020 ଫିଲ୍ମ 'ରୋମିଓ ରାଜା' ରେ ଶ୍ରେଷ୍ଠ ଗୀତିକାର ଭାବେ ମୋତେ ଚୟନ କରାଯାଇଥିବାରୁ ଧନ୍ୟବାଦ । ଓଡ଼ିଶାବାସୀଙ୍କ ଠାରେ ମୁଁ ଋଣୀ । କାରଣ ଶ୍ରୋତାମାନେ ମୋର ପ୍ରତ୍ୟେକ ଗୀତକୁ ଭଲପାଇଛନ୍ତି । ମୋର ସମସ୍ତ ସୃଷ୍ଟିକୁ ସେମାନେ ଗ୍ରହଣ କରିଛନ୍ତି । ତେଣୁ ଏହି ଆୱାର୍ଡ ମୁଁ ତାଙ୍କୁ ସମର୍ପଣ କରୁଛି । ମୋର ଏହି ଆୱାର୍ଡ ମୋର ଶ୍ରୋତାଙ୍କର ।''

ସେପଟେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ଥିବା 'ପ୍ରତୀକ୍ଷା' ନିର୍ମାତା ଅନୁପମ ପଟ୍ଟନାୟକ ଏବଂ 'ଡାଲଚିନି' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ ହୋଇଥିବା ସୂର୍ଯ୍ୟମୟୀ ମହାପାତ୍ର ମଧ୍ୟ ଫିଲ୍ମର ପୋଷ୍ଟର ସେୟାର କରି ଖୁସିବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.