ବାଲେଶ୍ୱରରେ ବୋଇତ ବନ୍ଦାଣ, ଭସାଇଲେ ୨୦୦ ଫୁଟ ଲମ୍ବ ଡଙ୍ଗା - KARTIKA PURNIMA IN BALASAORE
🎬 Watch Now: Feature Video
Published : Nov 15, 2024, 9:31 AM IST
Balasore Boita Bandana On Kartika Purnima, ବାଲେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଗାଁଠୁ ସହର ସବୁଠି ଉତ୍ସବମୁଖର । ଏହି ଦିନରେ ସମୁଦ୍ର, ପୋଖରୀ ଓ ନଦୀର ଆଦି ଜଳାଶୟମାନଙ୍କରେ ଲୋକମାନେ ଡଙ୍ଗା ଭସାଇ ପୁରାତନ ନୌବାଣିଜ୍ୟର କଥା ମନେ ପକାଇଥାନ୍ତି । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ତରତୁଆ ଗ୍ରାମରେ ୧୫୦ ଫୁଟର ଡ଼ଙ୍ଗା ଭସାଯାଇଛି । ୧୫ ବର୍ଷ ଧରି ଏହି ଗ୍ରାମରେ କମିଟି ତରଫରୁ ବଡ ଡ଼ଙ୍ଗା କରି ଭସାଯାଉଛି ।
ଏହା ବି ପଢନ୍ତୁ...ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଶ୍ରୀଜୀଉଙ୍କ ରାଜରାଜେଶ୍ଵର ବେଶ, ମହୋଦଧିରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ସେହିପରି ସୋର ବ୍ଲକ ମାଣିତ୍ରୀ ଗ୍ରାମର ମଦନ ମୋହନ ଜିୟୁ କମିଟି ପକ୍ଷରୁ ୨୦୦ଫୁଟ ଲମ୍ବର ଡଙ୍ଗା ଭସାଯାଇଛି । ସଦସ୍ୟମାନେ ଦୀର୍ଘ ୨୧ବର୍ଷ ଧରି ବଡ଼ ବଡ଼ ଡଙ୍ଗା ତିଆରି କରି ନିକଟସ୍ଥ ପୋଖରୀରେ ଭସାଇଥାନ୍ତି । ଏହି ଡଙ୍ଗା ଭସାଇବା ସହ ଗ୍ରାମରେ ଭାଇଚାରା ରକ୍ଷା କରିବା ଓ ଗ୍ରାମର ଶାନ୍ତି ପାଇଁ ଭଗବାନ ମଦନ ମୋହନଙ୍କଠାରେ ପୂଜାର୍ଚ୍ଚନା କରିଛନ୍ତି ।
ଇଟିଭି ଭାରତ,ବାଲେଶ୍ୱର