ଆନନ୍ଦ ଉଲ୍ଲାସରେ 'ବୋଇତ ବନ୍ଦାଣ' କଲେ ବୌଦ୍ଧବାସୀ - KARTIKA PURNIMA 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 15, 2024, 2:22 PM IST

ବୌଦ୍ଧ: ପବିତ୍ର କାର୍ତ୍ତିକ ମାସର ଆଜି ଶେଷ ଦିନ ବା କାର୍ତ୍ତିକ ପୂର୍ଣ୍ଣିମା । ରାଜ୍ୟର କୋଣ ଅନୁକୋଣରେ ଏହି ପର୍ବ ବହୁ ଆଡ଼ମ୍ବର ସହ ପାଳନ କରାଯାଉଛି । ସେହିପରି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଏହାକୁ ଆନନ୍ଦ ଉଲ୍ଲସରେ ସହ ପାଳନ କରାଯାଇଛି । ଏହି ଅବସରରେ ଆ କା ମା ବୈ, ହରିବୋଲ, ହୁଳହୁଳି ଧ୍ବନୀରେ ପ୍ରକମ୍ପିତ ହୋଇଛି ମହାନଦୀ ତଟ । ପ୍ରାଚୀନ କାଳରେ ସାଧବ ତଥା ବଣିକ ପୁଅମାନେ ନୌକାରେ ବିଦେଶ ଯାତ୍ରା କରି ରାଜ୍ୟକୁ ସମୃଦ୍ଧ କରୁଥିଲେ । ତେଣୁ ସେମାନଙ୍କ ବଂଶଧର ଭାବରେ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଆଜି ବୌଦ୍ଧର ମହାନଦୀ କୂଳରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହିତ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାଛଡା ହବିଷ୍ୟାଳି ମହିଳାମାନେ ବିଭିନ୍ନ ସ୍ଥାନରେ ତୁଳସୀ ଚଉଁରା ମୂଳରେ ରାଇ ଦାମୋଦର ପୂଜା ସହିତ ଲକ୍ଷ୍ମୀ ନାରାୟଣଙ୍କୁ ପୂଜାର୍ଚ୍ଚନା କରିଥିଲେ । ସେହିପରି ବୌଦ୍ଧର ସର୍ବପୁରାତନ ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ବିଗ୍ରହ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି । 

ଏହ ମଧ୍ୟ ପଢନ୍ତୁ ...କାର୍ତ୍ତିକ ପୂର୍ଣ୍ଣିମା: ପୁରୀ ମହୋଦଧିରେ ଡଙ୍ଗା ଭସା, ଶ୍ରୀଜୀଉଙ୍କ ରାଜରାଜେଶ୍ଵର ବେଶ

ଇଟିଭି ଭାରତ, ବୌଦ୍ଧ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.