ETV Bharat / health

ପାଦରୁ ଜାଣିହେବ ଆପଣ ସୁସ୍ଥ କି ଅସୁସ୍ଥ, ଏସବୁ ସଙ୍କେତ ଥିଲେ... - FEET CAN TELL YOU ABOUT HEALTH

ପାଦରେ ହେଉଥିବା କିଛି ପରିବର୍ତ୍ତନ ଅନେକ ରୋଗର ସଙ୍କେତ ଦେଇଥାଏ । ଜାଣନ୍ତୁ, କିପରି ପାଦ ଦେଖି ଜାଣିବେ ଆପଣ କେଉଁ ରୋଗରେ ପୀଡିତ ?

Your feet can tell you about your health
Your feet can tell you about your health (ETV Bharat)
author img

By ETV Bharat Health Team

Published : Nov 15, 2024, 3:32 PM IST

Updated : Nov 15, 2024, 5:18 PM IST

ପାଦ ଦେଖି ଜାଣିପାରିବେ ଆପଣ ସୁସ୍ଥ କି ଅସୁସ୍ଥ । ଆଜ୍ଞା ହଁ ! କାରଣ ଏମିତି କିଛି ରୋଗ ଅଛି, ଯାହାର ଲକ୍ଷଣ ପାଦରୁ ଜଣାପଡିଥାଏ । ଆମେ ସାଧାରଣତଃ ନିଜ ଶରୀର, ଓଜନ ଓ ତ୍ବଚାରେ ହେଉଥିବା ପରିବର୍ତ୍ତନ ଦେଖି ସ୍ବାସ୍ଥ୍ୟ ସମସ୍ୟାର ଅନୁମାନ କରିଥାଉ । ହେଲେ ପାଦ ଉପରେ ଧ୍ୟାନ ଦେଇନଥାଉ । କିନ୍ତୁ ପାଦର ଚର୍ମ, ନଖ ଓ ଶିରା ମଧ୍ୟ ଶରୀରରେ ହେଉଥିବା କିଛି ରୋଗର ସଙ୍କେତ ଦେଇପାରେ । ଚାଲନ୍ତୁ ଜାଣିବା ପାଦରେ କେଉଁ ପରିବର୍ତ୍ତନ କେଉଁ ରୋଗର ସଙ୍କେତ ହୋଇଥାଏ ।

ପାଦ ଓ ସ୍ବାସ୍ଥ୍ୟ ମଧ୍ୟରେ ସମ୍ପର୍କ:

ମୁମ୍ବାଇ ସ୍ଥିତ ଆରୋଗ୍ୟଧାମ ଆୟୁର୍ବେଦିକ ଚିକିତ୍ସାଳୟର ଚିକିତ୍ସକ ଡଃ ମନୀଷା କାଲେ କହିଛନ୍ତି, ପାଦରେ ଯନ୍ତ୍ରଣା, ଜଳାପୋଡା, କୁଣ୍ଡେଇ ହେବା, ଫୁଲିବା, ନଖ ଓ ଶିରାର ରଙ୍ଗ ବଦଳିବା ବେଳେବେଳେ ଶରୀରର ଘଟୁଥିବା ଅନେକ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସହ ଜଡିତ ହୋଇଥାଏ । କେବଳ ଆୟୁର୍ବେଦରେ ନୁହେଁ, ବରଂ ପ୍ରାୟ ସବୁ ଚିକିତ୍ସା ବିଧିରେ ଏହି ସଙ୍କେତକୁ ଶରୀରର ବିଭିନ୍ନ ଅଙ୍ଗ ସହ ଜଡିତ ରୋଗର ଲକ୍ଷଣ ଭାବେ ଗଣାଯାଏ ।

ଏହି ରୋଗଗୁଡିକ ଆମର କିଡନୀ, ହାଡ, ପାଚନ ତନ୍ତ୍ର, ହୃଦୟ ଏବଂ ସ୍ନାୟୁ ସମ୍ବନ୍ଧୀୟ ସମସ୍ୟାର ସଙ୍କେତ ଦେଇପାରେ । ଏମିତିକି ପାଦ ସହ ଜଡିତ କିଛି ସମସ୍ୟା ଡାଇବେଟିସର ଲକ୍ଷଣ ଭାବରେ ବିଚାର କରାଯାଏ । ଚିକିତ୍ସକ କହିଛନ୍ତି ଯେ, ଯେଉଁ ଲୋକଙ୍କ ପାଦ କିମ୍ବା ପାଦ ତଳ ଲଗାତାର ପୋଡାଜଳା, ଯନ୍ତ୍ରଣା ହେବା, ଫୁଲିବା, ଶିରା ପ୍ରଶିରାରେ ସମସ୍ୟା ଦେଖାଯାଏ, ସେମାନେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

ପାଦ ସହ ଜଡିତ ସମସ୍ୟା ଓ ଲକ୍ଷଣ:

ବିଶେଷଜ୍ଞଙ୍କ ଅନୁସାରେ, ପାଦ ସହ ଜଡିତ କିଛି ଲକ୍ଷଣ ଯାହା ରୋଗ ବା ସ୍ବାସ୍ଥ୍ୟ ସମସ୍ୟାର ସଙ୍କେତ ଦେଇପାରେ, ସେଗୁଡିକ ହେଲା-

ପାଦ ଫୁଲିବା: ଯଦି ବାରମ୍ବାର ଆପଣଙ୍କ ପାଦ ଫୁଲୁଛି, ତାହେଲେ ହାର୍ଟ, କିଡନୀ କିମ୍ବା ଲିଭରରେ କୌଣସି ସମସ୍ୟା ହୋଇପାରେ ।

ନଖ ହଳଦିଆ ଓ ନୀଳ ପଡିବା: ପାଦ ନଖର ରଙ୍ଗ ବଦଳିବା ଫୁସଫୁସ ଓ ରକ୍ତଅଭାବ ସହ ଜଡିତ ସମସ୍ୟାର ଲକ୍ଷଣ ହୋଇପାରେ ।

ପାଦରେ ପୋଡାଜଳା ଓ କୁଣ୍ଡେଇହେବା: ଅନେକ ଲୋକଙ୍କ ପାଦ ବାରମ୍ବାର କୁଣ୍ଡେଇ ହେବା ଓ ପୋଡାଜଳା କରୁଥିବା ଦେଖାଯାଏ । ଏହି ସଙ୍କେତ ଡାଇବେଟିସ କିମ୍ବା ସ୍ନାୟୁ ପ୍ରଣାଳୀରେ ସମସ୍ୟାର ଲକ୍ଷଣ ଭାବେ ଦେଖାଯାଏ ।

ମୋଟା ନଖ: ନଖ ମୋଟା ହେବା ଫଙ୍ଗଲ ସଂକ୍ରମଣର ଲକ୍ଷଣ ହୋଇପାରେ । ହେଲେ କେତେକ କ୍ଷେତ୍ରରେ ଏହା ଥାଇରଏଡ ସମସ୍ୟା ସହିତ ମଧ୍ୟ ଜଡିତ ଥାଏ ।

କିପରି ସୁସ୍ଥ ରହିବେ ?

ବିଶେଷଜ୍ଞଙ୍କ ଅନୁସାରେ, କିଛି ବିଷୟ ପ୍ରତି ଧ୍ୟାନ ଦେଇ ଓ ସତର୍କତା ପାଳନ କରି ଏହି ସଙ୍କେତଗୁଡିକୁ ନିୟନ୍ତ୍ରଣ କରାଯିବା ସହ ଏହା ଜନିତ ସମସ୍ୟା ରୋକାଯାଇପାରିବ ।

  • ସ୍ବାସ୍ଥ୍ୟକର ଆହାର ଓ ନିୟମିତ ବ୍ୟାୟାମ କରିବା ଦ୍ବାରା ପାଦ ସମସ୍ୟା କମ୍ କରାଯାଇପାରେ ।
  • ସ୍ବାସ୍ଥ୍ୟକର ଖାଦ୍ୟ ଖାଇଲେ ମୋଟାପା ଓ କେତେକ ରୋଗ ଆଶଙ୍କା କମିଥାଏ । ସେହିପରି ନିୟମିତ ବ୍ୟାୟାମ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ରଖେ ।
  • ସବୁବେଳେ ପାଦକୁ ସଫାସୁତୁରା ରଖିବା ଉଚିତ୍ । ଏହାଦ୍ବାରା ନଖ ଓ ଚର୍ମରେ ଫଙ୍ଗଲ କିମ୍ବା ଅନ୍ୟାନ୍ୟ ସଂକ୍ରମଣ ଆଶଙ୍କା କମିଥାଏ ।
  • ପାଦ ଫୁଲିବା ଓ ଯନ୍ତ୍ରଣାରୁ ମୁକ୍ତି ପାଇଁ ସବୁବେଳେ ଠିକ୍ ଆକାରର ଆରାମଦାୟକ ଚପଲ ପିନ୍ଧନ୍ତୁ । ଏଥିରେ ପାଦରେ ରକ୍ତ ପ୍ରବାହ ଠିକ୍ ହୁଏ ।
  • ଧୂମ୍ରପାନ ରକ୍ତ ଶିରାଗୁଡିକୁ ଦୁର୍ବଳ କରିଦିଏ । ଏହାଦ୍ବାରା ପାଦ ସହ ଜଡିତ ସମସ୍ୟା ବଢିପାରେ ।

ଯଦି ପାଦରେ ଅସ୍ବାଭାବିକ ପରିବର୍ତ୍ତନ ହେଉଛି ଅର୍ଥାତ୍ ଶିରାଗୁଡିକର ରଙ୍ଗ ଗାଢ ହେବା ଓ ସ୍ପଷ୍ଟ ଦେଖାଯିବା, ଲଗାତାର ଫୁଲିବା, ପୋଡାଜଳା କରିବା, ଯନ୍ତ୍ରଣା ହେବା ଇତ୍ୟାଦି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କୌଣସି ବି ସମସ୍ୟା କିମ୍ବା ଲକ୍ଷଣଗୁଡିକ ଅଣଦେଖା କରିବା ଗମ୍ଭୀର ରୋଗର କାରଣ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: ବିନା ମେଡିସିନରେ କମିପାରିବ ଡାଇବେଟିସ, ବାସ୍ କରନ୍ତୁ ଏହି କାମ

ଏହା ମଧ୍ୟ ପଢନ୍ତୁ: ଶୀତ ଦିନେ ରୁପି ସମସ୍ୟା କରନ୍ତୁ ଦୂର, ଆପଣାନ୍ତୁ ଏହି 5 ଘରୋଇ ଉପଚାର

ଏହା ମଧ୍ୟ ପଢନ୍ତୁ: ହିଟର ରଡ୍‌ରେ କରୁଛନ୍ତି କି ପାଣି ଗରମ ? ସ୍ବିଚ ଅନ୍ କରିବା ପୂର୍ବରୁ ଜାଣନ୍ତୁ ଏହି ଜରୁରୀ କଥା

Last Updated : Nov 15, 2024, 5:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.