ଭୂତ ଝାଡିବା ଆଳରେ ମହିଳାଙ୍କୁ ନିସ୍ତୁକ ମାଡ ସହ ଖୁଆଇଲେ ଘୁଷୁରୀ ବିଷ୍ଠା

By

Published : Jul 20, 2020, 4:27 PM IST

thumbnail
ମାଲକାନଗିରି: ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଅନ୍ଧବିଶ୍ବାସର କୁପରିଣତି ଯୋଗୁଁ ଜଣେ ବିବାହିତ ମହିଳା ଗୁଣିଆର ମାଡରେ ଗୁରୁତର ହୋଇଛନ୍ତି । ମାଲକାନଗିରି ବ୍ଲକର ଏମଭି-୬ ଗ୍ରାମରେ ଘଟିଛି ଏହି ଘଟଣା । ଏହି ଗ୍ରାମର ସନ୍ତୋଷ ଅରାଓଙ୍କ ପତ୍ନୀ ଲିପିକା ଅରାଓ ଗତ ସାତ ଦିନ ତଳେ ଅସୁସ୍ଥ ହୋଇଥିଲେ । ତେବେ ପରିବାର ଲୋକେ ତାକୁ ଭୂତ ଲାଗିଥିବା ନେଇ ସନ୍ଦେହ କରିଥିଲେ । କାରଣ ଥିଲା ଗତ ତିନି ମାସ ତଳେ ସନ୍ତୋଷଙ୍କର ଜଣେ ସଂପର୍କୀୟ ମହିଳାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ହୋଇଥିବା ମହିଳା ଜଣକ ଗର୍ଭବତୀ ଥିଲେ । ଦୁଇ ପତି ଓ ପତ୍ନୀ ତାଙ୍କ ସଂପର୍କୀୟଙ୍କ ଘରକୁ ଯାଇଥିଲେ । ସନ୍ତୋଷ ଓ ତାଙ୍କ ପତ୍ନୀ ଲିପିକା ଘରକୁ ଫେରିବା ପରେ ସବୁ ଠିକଠାକ ଥିଲା । କିନ୍ତୁ ଅଚାନକ ଲିପିକାଙ୍କର ସ୍ବାସ୍ଥ୍ୟ ଖରାପ ହେବାରୁ ସେହି ମହିଳାଙ୍କ ଆତ୍ମା ଲିପିକାଙ୍କ ଦେହରେ ଆସିଥିବା ନେଇ ପରିବାର ଲୋକେ ବିଶ୍ବାସ କରିଥିଲେ । ଏହାପରେ ତୁରନ୍ତ ଏକ ଗୁଣିଆକୁ ଡାକି ଭୂତ ଘଉଡାଇବାର ବ୍ୟବସ୍ଥା କରିଥିଲେ । ଗୁଣିଆ ଜଣକ ଲିପିକାକୁ ନିସ୍ତୁକ ମାଡ ମାରିବା ସହ ମୁହଁରେ ନିଆଁ ଝୁଲ ଦେଇଥିଲେ । ଯାହାଫଳରେ ଲିପିକାଙ୍କ ମୁହଁ ପୋଡ଼ି ଯାଇଥିବାବେଳେ ତାର ସଂପୂର୍ଣ୍ଣ ଶରୀର କ୍ଷତବିକ୍ଷତ ହୋଇଛି । ଏତେ ସବୁ କରିବା ପରେ ମଧ୍ୟ ଭୂତ ନଯିବାରୁ ଗୁଣିଆ ଘୁଷୁରୀ ବିଷ୍ଠା ଆଣି ଲିପିକାଙ୍କୁ ଖୁଆଇ ଦେଇଥିଲ । ତେବେ କିଛି ସୁଫଳ ନମିଳିବାରୁ ଶେଷରେ ଗୁଣିଆ ଚାଲିଯାଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.