thumbnail

ସମ୍ପତ୍ତିବାଡିକୁ କେନ୍ଦ୍ର କରି ସାବତ ମା’କୁ ମାରିଦେଲା ପୁଅ

By

Published : Jul 20, 2020, 5:43 PM IST

ନବରଙ୍ଗପୁର: ସହରର ଗାଦବାଗୁଡା ସାହିରେ ଅଭାବନୀୟ ଘଟଣା । ସାବତ ମାଆକୁ ତଣ୍ଟି ଚିପି ହତ୍ୟା କଲା ପୁଅ । ଏନେଇ ବାପା ଶ୍ରୀଧର ମହାପାତ୍ର ଥାନାରେ ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣକ ରୁନୀ ମହାପାତ୍ର । ବାପା ଶ୍ରୀଧର ଘର ବାହାରେ ଥିବା ସମୟରେ ସାବତ ମାଆକୁ ଗାମୁଛା ଲଗାଇ ତଣ୍ଟି ଚିପି ହତ୍ୟା କରିଛି ସାନ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର । ଏହି ଖବର ଶ୍ରୀଧର ଜାଣିବା ପରେ ପୁଅ ଗୋଡ ଧରି କ୍ଷମା ମାଗିଥିଲା । ହେଲେ ସମ୍ପତ୍ତି ବାଡିକୁ ନେଇ ସାନ ପୁଅ ସୂର୍ଯ୍ୟକାନ୍ତ ସାବତ ମାଆକୁ ହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି ଶ୍ରୀଧର । ଏହି ଘଟଣାକୁ ସେ ଯୋଜନାବଦ୍ଧ କହିବା ସହ ଅନ୍ୟ ପୁଅ ଝିଅ ମଧ୍ୟ ଏଥିରେ ସାମିଲ ଥିବା ଅଭିଯୋଗ ଆଣିଛନ୍ତି ଶ୍ରୀଧର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.