ଦଧିମାଛ ଗାଡିଆ ଗୁଳିକାଣ୍ଡ ମାମଲା: ମୁଖ୍ୟ ହତ୍ୟାକାରୀ ଗିରଫ, 3.5 କୋଟିର ବ୍ରାଉନ ସୁଗାର ଜବତ - ସାଢ଼େ ତିନି କୋଟିର ବ୍ରାଉନ ସୁଗାର ଜବତ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7942302-thumbnail-3x2-crime.jpg)
ଖୋର୍ଦ୍ଧା: ଦଧିମାଛ ଗାଡିଆ ଗୁଳିକାଣ୍ଡ ମାମଲାର ମୁଖ୍ୟ ହତ୍ୟାକାରୀ ଗିରଫ । ଖୋର୍ଦ୍ଧା ଏସପିଙ୍କ ଦ୍ବାରା ଗଠନ ହୋଇଥିବା ଏକ ସ୍ବତନ୍ତ୍ର ଟିମ ଆଜି ମନୋରଞ୍ଜନକୁ ଗିରଫ କରିଥିବାବେଳେ ତା ନିକଟରୁ 3 କେଜି 602 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ସାଢେ 3 କୋଟି ଟଙ୍କା ହେବ ବୋଲି କୁହାଯାଉଛି । ସୂଚନାନୁଯାୟୀ, ଦଧିମାଛ ଗାଡିଆ ଗୁଳିକାଣ୍ଡ ମାମଲାର ମୁଖ୍ୟ ହତ୍ୟାକାରୀ 20 ବର୍ଷୀୟ ମନୋରଞ୍ଜନ ସାହୁକୁ ଆଜି ଏକ ସ୍ବତନ୍ତ୍ର ଟିମ ଜଟଣୀ ବାଇପାସ ରୋଡରୁ ଗିରଫ କରିଛି । ତାଙ୍କ ନିକଟରୁ 3 କୋଟିର ବ୍ରାଉନ ସୁଗାର ଜବତ ହେବା ସହ ହତ୍ୟାରେ ବ୍ୟବହୃତ ପିସ୍ତଲ, ସିଲ ମେସିନ,ଦୁଇଟି ଓଜନ ମେସିନ,ଗୋଟିଏ ମୋଟର ସାଇକେଲ ଏବଂ ନଗଦ 16 ହଜାର 500 ଟଙ୍କା ଜବତ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି ।