ବେରୁଟ ବନ୍ଦରରେ ପୁଣି ଭୟାବହ ଅଗ୍ନିକାଣ୍ଡ - ଭୟାବହ ଅଗ୍ନିକାଣ୍ଡ
🎬 Watch Now: Feature Video

ବେରୁଟ: ବେରୁଟ ବନ୍ଦରରେ ପୁଣି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ମଧ୍ୟାହ୍ନରେ ବନ୍ଦରର ଡ୍ୟୁଟିମୁକ୍ତ ଅଞ୍ଚଳରେ ତେଲ ଏବଂ ଟାୟାର ରଖାଯାଇଥିବା ସ୍ଥାନରେ ଏହି ଦୁର୍ଘଟଣା ଘଟିଛି । ସେହି ସ୍ଥାନରେ ନିଆଁ ଲାଗିବା ପରେ ପ୍ରବଳ ଧୂଆଁ ନିର୍ଗତ ହୋଇଥିଲା । ଲେବାନନ ସେନା ପକ୍ଷରୁ କୁହାଯାଇଛି ଯେ, ତେଲ ଏବଂ ଟାୟାର ରଖାଯାଇଥିବା ଗୋଦାମରେ ନିଆଁ ଲାଗିଛି । ସେଠାରେ ନିଆଁ ଲିଭାଇବାକୁ ଚେଷ୍ଟା କରାଯାଉଛି । ଏହି ଅପରେସନରେ ସେନା ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ସୂଚନାଯୋଗ୍ୟ, ଗତ ଅଗଷ୍ଟ 4ରେ ସଂଘଟିତ ଶକ୍ତିଶାଳୀ ବିସ୍ଫୋରଣରେ 190ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲାବେଳେ ପ୍ରାୟ 6,500 ଲୋକ ଆହତ ହୋଇଥିଲେ । ଏଥିରେ ସହରର ହଜାର ହଜାର ଅଟ୍ଟାଳିକା ନଷ୍ଟ ହୋଇଯାଇଥିଲା ।