ପୌର ଫାଇଟ: ଜୋରାଦାର ପ୍ରଚାର କରୁଛନ୍ତି ଅନଙ୍ଗ ଉଦୟ ସିଂହଦେଓ

By

Published : Mar 15, 2022, 9:45 PM IST

Updated : Feb 3, 2023, 8:19 PM IST

thumbnail
ବଲାଙ୍ଗୀର: ଜିଲ୍ଲାରେ ପୌରପରିଷଦ ନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଛି । ନିର୍ବାଚନୀ ବୈତରଣୀ ପାର ହେବାକୁ ବିଜେଡି ଏଠି ବଳିଷ୍ଠ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି । ଏଥିରେ ବିଜେଡି ପ୍ରତିଷ୍ଠିତ ନେତା ଅନଙ୍ଗ ଉଦୟ ସିଂହଦେଓ ମଧ୍ୟ ସାମିଲ ହୋଇଛନ୍ତି । ସେ ଓ ତାଙ୍କ ପରିବାରର ବଲାଙ୍ଗୀର ଜିଲ୍ଲାରେ ଦବଦବା ରହି ଆସିଥିବା ବେଳେ ବିଗତ କିଛି ସମୟରୁ ତାହା ପ୍ରଭାବହୀନ ଥିଲା । ହେଲେ ପଞ୍ଚାୟତ ନିର୍ବାଚନରେ ଏହି ପରିବାର ନିଜର ପତିଆରା ଜାହିର କରିଛନ୍ତି । ଯାହାଫଳରେ ବଲାଙ୍ଗୀରରେ ବିଜେଡି ସଫଳତା ହାସଲ କରିଛି । ସେହିପରି ପୌର ନିର୍ବାଚନରେ ମଧ୍ୟ ଲହରକୁ ବଜାୟ ରଖିବା ପାଇଁ ନିଜେ ଅନଙ୍ଗ ଉଦୟ ସିଂହଦେଓ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଏହାକୁ ନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବଲାଙ୍ଗୀର ପ୍ରତିନିଧି ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.