thumbnail

ଜଙ୍ଗଲରୁ ଜନବସତି ମୁହାଁ ଭାଲୁ, ଭୟଭୀତ ଲୋକେ

By

Published : Nov 2, 2021, 12:34 PM IST

ଭବାନୀପାଟଣା: ସହର ଭିତରେ ବୁଲୁଛି ଭାଲୁ । ଜଙ୍ଗଲରୁ ସହର ମୁହାଁ ହୋଇଛନ୍ତି ଭାଲୁ । ଗୋଟିଏ ନୁହେଁ ଦଳେ ଭାଲୁ ଜନବସତି ମୁହାଁ ହୋଇଛନ୍ତି । କଳାହାଣ୍ଡି ଲଡୁଗାଁ ସହରକୁ ବିଳମ୍ବିତ ରାତିରେ ୩ଟି ଭାଲୁ ପଲ ପଶି ଆସିଥିବା ଦେଖିବାକୁ ମିଳିଛି । ଭାଲୁକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବନ ବିଭାଗ ପକ୍ଷରୁ ଭାଲୁ ଘଉଡାଇବା ପାଇଁ ପ୍ରକ୍ରିୟା ଜାରି ରହିଛି । କାହାକୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଖାଦ୍ୟ ଅନ୍ୱେଷଣ ପାଇଁ ଭାଲୁ ଜନବସତି ମୁହାଁ ହେଉଥିବା ଅନୁମାନ କରାଯାଉଛି । କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.