ଗଞ୍ଜାମରେ କୋରୋନା ପଜିଟିଭ 21କୁ ବୃଦ୍ଧି, ସତର୍କ ରହିବାକୁ ଜିଲ୍ଲାପାଳଙ୍କ ଆହ୍ବାନ
🎬 Watch Now: Feature Video
ବ୍ରହ୍ମପୁର: କୋରୋନା ଏବେ ଦେଶବ୍ୟାପୀ ଚିନ୍ତାର ବିଷୟ ପାଲିଟିଛି । ରାଜ୍ୟ ବାହାରରେ ଫଶି ରହିଥିବା ବହୁ ପ୍ରବାସୀ ଓଡିଆଙ୍କୁ ଓଡ଼ିଶା ଆସିବା ପାଇଁ ସରକାରଙ୍କ ଅନୁମତି ମିଳିବା ପରେ ଗଞ୍ଜାମ ଜିଲ୍ଲାକୁ ଆସିଥିବା ସୁରଟ ଫେରନ୍ତାଙ୍କ ମଧ୍ୟରୁ ଏବେ ୨୧ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଏବେ ଗଞ୍ଜାମ ଜିଲ୍ଲାବାସୀଙ୍କ ଚିନ୍ତା ବଢାଇ ଦେଇଛି । ସମସ୍ତ ପଜିଟିଭଙ୍କୁ ସହର ଉପଖଣ୍ଡ ଶୀତଳାପଲ୍ଲୀ କୋଭିଡ୍ ହସପିଟାଲରେ ଭିର୍ତ୍ତୀ କରାଯାଇଛି । ଏହା ସହ ଶିଶୁ , ବୃଦ୍ଧ ଏବଂ ଗର୍ଭବତୀମାନଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଏଭଳି ବପତ୍ତି ସମୟରେ ଜିଲ୍ଲାବାସୀଙ୍କୁ କେତେ ସଚେତନତା ହେବାର ଆବଶ୍ୟକତା ରହିଛି ସେ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ....