ଦୋକାନରୁ ଚୋରି ବେଳର ସିସିଟିଭି ଫୁଟେଜ ଭାଇରାଲ

🎬 Watch Now: Feature Video

thumbnail

By

Published : Mar 31, 2021, 10:30 AM IST

ବାଲେଶ୍ବର: ଭାଇରାଲ ହେଉଛି ଦୋକାନରୁ ଚୋରି ବେଳର ସିସିଟିଭି ଫୁଟେଜ । ସୂତ୍ର ଅନୁସାରେ, ସଦର ଥାନା ଅନ୍ତର୍ଗତ ସାରଗାଁ ବଜାରରେ ଥିବା ସଞ୍ଜୟ ଟ୍ରେଡର୍ସରୁ ଜଣେ ବ୍ୟକ୍ତି ଟଙ୍କା ଲୁଟ୍ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ତେବେ ଚୋରି କରୁଥିବା ସମୟର ଏକ ସିସିଟିଭି ଫୁଟେଜ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିବା ଦୃଶ୍ୟ ଅନୁସାରେ, ଜଣେ ବ୍ୟକ୍ତି ଉକ୍ତ ଦୋକାନକୁ ଗ୍ରାହକ ସାଜି ଜିନିଷ ନେବାକୁ ଆସିଥିଲେ । ତେବେ ଦୋକାନୀ ଲୁହା ରଡ଼ ଓଜନ କରୁଥିବାର ସୁଯୋଗ ନେଇ ଜୈନେକ ବ୍ୟକ୍ତି କେସ୍ ଡ୍ରୟରରୁ ପ୍ରାୟ ୯୨ ହଜାର ଟଙ୍କା ଲୁଟ୍ କରିଥିବା ସଦର ଥାନାରେ ଅଭିଯୋଗ ହୋଇଛି । ଏନେଇ ୨୯ ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.