ETV Bharat / state

ଭୋଟ ନଦେବାରୁ ଗାଁରୁ ବାସନ୍ଦ, ନ୍ୟାୟ ମାଗୁଛନ୍ତି ପରିବାର - FOUR FAMILIES SOCIAL BOYCOTT

ଭୋଟ ଦେଲେନି ବୋଲି ଗାଁରୁ ବାସନ୍ଦ ହେଲେ ୪ଟି ପରିବାର । ନ୍ୟାୟ ଦାବିରେ ନିମାପଡ଼ା ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ବାସନ୍ଦ ପରିବାର ।

four families social boycott in nimapara
four families social boycott in nimapara (ETV Bharat Odisha)
author img

By ETV Bharat Odisha Team

Published : Nov 26, 2024, 5:58 PM IST

ନିମାପଡ଼ା: ଆଜି ବି ରହିଛି ସାମାଜିକ ବାସନ୍ଦ ପ୍ରଥା । ଭୋଟ ଦେଲେନି ବୋଲି ଗାଁରୁ ବାସନ୍ଦ ହେଲେ ୪ଟି ପରିବାର । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ପାଳଶ୍ରୀ ଗ୍ରାମରେ । ଗତ ବିଧାନସଭା ନିର୍ବାଚନରେ ଗାଁ କମିଟି ଦ୍ବାରା ସମର୍ଥିତ ପ୍ରାର୍ଥୀକୁ ଭୋଟ ନଦେବାରୁ ଗାଁରୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି (ସୋମବାର) ଉକ୍ତ ପରିବାର ସଦସ୍ୟମାନେ ନ୍ୟାୟ ଦାବିରେ ନିମାପଡା ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

ଚାରି ପରିବାରକୁ ସାମାଜିକ ବାସନ୍ଦ:

ସୂଚନାଯୋଗ୍ୟ, ନିମାପଡା ନିର୍ବାଚନ ମଣ୍ଡଳୀ ଚାରିଛକ ଥାନା ଅନ୍ତର୍ଗତ ପାଳଶ୍ରୀ ଗ୍ରାମର ୪ଟି ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଗତ ବିଧାନସଭା ନିର୍ବାଚନରେ ପାଳଶ୍ରୀ ଗ୍ରାମ୍ୟ କମିଟି ଦ୍ବାରା ସମର୍ଥିତ ପ୍ରାର୍ଥୀ ତଥା ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ନଦେବାରୁ ଏହି ୪ ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଛି । ଗାଁରେ କୌଣସି କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯାଉନାହିଁ । ଅନ୍ୟ ଲୋକଙ୍କ ସହ ମିଶିବା ପାଇଁ ବାରଣ କରାଯାଇଛି ।

four families social boycott in nimapara (ETV Bharat Odisha)

ମନ୍ଦିରକୁ ଯିବା ମନା !

ଏପରି କି ମନ୍ଦିର, କ୍ଷୀର ଦୋକାନ, ପିଲାଙ୍କ ଟ୍ୟୁସନ ଇତ୍ୟାଦିକୁ ମଧ୍ୟ ବାରଣ କରାଯାଇଛି । ୪ଟି ପରିବାରର ପ୍ରାୟ ୨୦ ଜଣ ଲୋକ ଏହି ନିର୍ଯାତନାର ଶିକାର ହେଉଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଥିବାବେଳେ ନ୍ୟାୟ ଦାବିରେ ନିମାପଡ଼ା ତହସିଲଦାର କାର୍ଯ୍ୟାଳୟ ଆଗରେ ଧାରଣ ଦେଇଛନ୍ତି । ଯଦି ପ୍ରଶାସନ ପକ୍ଷରୁ ନ୍ୟାୟ ନମିଳେ, ତାହାଲେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

four families social boycott in nimapara
four families social boycott in nimapara (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...କେନ୍ଦ୍ରାପଡ଼ାରେ ବାତ୍ୟା 'ଦାନା' କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ

ଏହା ମଧ୍ୟ ପଢନ୍ତୁ ...ମସଜିଦ ସର୍ଭେକୁ ନେଇ ହିଂସା: ୩ ମୃତ, ଇଣ୍ଟରନେଟ ସେବା ବନ୍ଦ

ଏହା ମଧ୍ୟ ପଢନ୍ତୁ ...ଚା' ବିକି ପେଟ ପୋଷୁଛନ୍ତି ଅଭିନେତ୍ରୀ, ସହାୟତାର ହାତ ବଢାଇଲେ ହରିହର

ଏମିତି କହିଲେ ଅଭିଯୋଗକାରୀ :

ଅଭିଯୋଗକାରୀ ମନମୋହନ ପ୍ରଧାନ କହିଛନ୍ତି," ଆମକୁ ପାଳଶ୍ରୀ ଗ୍ରାମରେ ଏକଘରିଆ କରାଯାଇଛି । କାରଣ ଗତ ସାଧାରଣ ନିର୍ବାଚନରେ ଗାଁର କିଛି ଲୋକ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବା ପାଇଁ ଚାପ ପକାଇଥିଲେ । ହେଲେ ଆମେ ତାଙ୍କୁ କହିଥିଲୁ ଆମେ ସଚେତନ ନାଗରିକ । ଆମର ଭୋଟ ଦେବା ପାଇଁ ସ୍ବାଧୀନତା ରହିଛି । କାହା କଥାରେ ପରିଚାଳିତ ହୋଇ ଭୋଟ ଦେବୁ ନାହିଁ । ତେଣୁ ଆମକୁ ଗାଁକୁ ବାସନ୍ଦ କରାଯାଇଛି ।" ଏନେଇ ତହସିଲଦାର ବସନ୍ତ କୁମାର ହାତୀ କହିଛନ୍ତି,"ମୋ ପାଖକୁ ବର୍ତ୍ତମାନ ଅଭିଯୋଗ ଆସିଲା । ତଦନ୍ତ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ,ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.